ବର୍ଷା ଫାଉଣ୍ଡେସନ ଦ୍ୱାରା ବସ୍ତି ଅଞ୍ଚଳରେ ବସ୍ତ୍ର ବଣ୍ଟନ !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶୁଭ୍ରାଂଶୁ ଶୁଭମୟ ମହାନ୍ତି : ବସ୍ତି ଅଞ୍ଚଳରେ ପିଲାଙ୍କୁ ପିନ୍ଧାବସ୍ତ୍ର ପ୍ରଦାନ କରି ସେମାନଙ୍କ ମୁଁହରେ ହସ ଫୁଟାଇଲେ ସାମାଜିକ କର୍ମୀ ! ପୁରୁଣା ଭୁବନେଶ୍ୱର ଅଞ୍ଚଳର ସାମାଜିକ ସଂଗଠନ ବର୍ଷା ଫାଉଣ୍ଡେସନ ତରଫରୁ ରାଜଧାନୀର ଚନ୍ଦ୍ରଶେଖରପୁର ପାଖରେ ଥିବା ବସ୍ତିରେ ବସ୍ତ୍ର ବଣ୍ଟନ କରାଯାଇଛି ! ଅନୁଷ୍ଠାନ ର ପରିଚାଳନା ମୁଖ୍ୟ ବର୍ଷା ଦାସ , ସକ୍ରିୟ ସଭ୍ୟା ସନ୍ଧ୍ୟାରାଣୀ ବିଶୋଇ , ପ୍ରଦୀପ ଦାସ ଏବଂ ଅନ୍ୟ କେତେକ ସଦସ୍ୟା ମିଶି ବସ୍ତିରେ ପହଞ୍ଚି ଛୋଟ ଛୋଟ ପିଲା ମାନଙ୍କୁ ପିନ୍ଧା ବସ୍ତ୍ର ପ୍ରଦାନ କରିଥିଲେ ! ଆଗାମୀ ଦିନରେ ଅନ୍ୟ କେତେକ ବସ୍ତିରେ ଶୀତବସ୍ତ୍ର ବଣ୍ଟନ କାର୍ଯ୍ୟକ୍ରମ ରହିଥିବା କଥା ଅନୁଷ୍ଠାନ ତରଫରୁ ପ୍ରକାଶ କରାଯାଇଛି !

Leave a Reply

Your email address will not be published. Required fields are marked *