ଛେଣ୍ଡିପଦା – ବାହାଳସାହି ରାସ୍ତା ପ୍ରଧାନ ପୋଖରୀ ନିକଟରୁ ଡକାୟତି !!!

Spread the love

ଅନୁଗୋଳ ( ଆୱାଜ ମିଡ଼ିଆ ) – ଟଙ୍କଧର ଗଡ଼ନାୟକ : ଥାନା ଠାରୁ ୧ କିଲୋମିଟର ଦୂରରେ ଡକାୟତି । ଅନୁଗୋଳ ଜିଲ୍ଲା ଛେଣ୍ଡିପଦା – ବାହାଳସାହି ରାସ୍ତା ପ୍ରଧାନ ପୋଖରୀ ନିକଟରୁ ହୋଇଛି ଡକାୟତି । ଷ୍ଟାମ୍ପ ଭେଣ୍ଟର ଅଶୋକ ସାହୁ ବାଇକ୍ ସାହାଯ୍ୟରେ ନଜ ଘରକୁ ଫେରୁଥିବା ସମୟରେ ଭୁଜାଲିରେ ଆକ୍ରମଣ କରି ୩ ଲକ୍ଷ ୫୦ ହଜାର ଟଙ୍କା ସହ ଷ୍ଟାମ୍ପ ପେପର ନେଇଗଲେ ଦୁର୍ବୁତ୍ତ ଫେରାର । ସୂଚନା ଯେ , ସବୁ ଦିନ ଭଳି ଆଜି ମଧ୍ୟ ଅଶୋକ ନିଜର ଦୋକାନ ବନ୍ଦ କରି ଘରକୁ ଫେରୁଥିବା ସମୟରେ ୨ ଜଣ ଦୃର୍ବୃତ୍ତ ବାଇକ୍ ରେ ଆସି ଭୁଜାଲିରେ ଅଶୋକଙ୍କ ଡାହାଣ ହାତ କୁ ଆକ୍ରମଣ କରିଥିବା ବେଳେ ତାଙ୍କ ପାଖରେ ଥିବା ନଗଦ ୩ ଲକ୍ଷ ୫୦ ହଜାର ଟଙ୍କା ସହ ଷ୍ଟାମ୍ପ ପେପର ଲୁଟ କରି ଫେରାର ହୋଇ ଯାଇଛନ୍ତି । ଖବର ପାଇ ଛେଣ୍ଡିପଦା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ୍ ଜାରି ରଖିଛି !

Leave a Reply

Your email address will not be published. Required fields are marked *