ଯାଜପୁର ( ଆୱାଜ ମିଡ଼ିଆ ) – ବ୍ୟୁରୋ ରିପୋର୍ଟ : ଯାଜପୁର ଜିଲ୍ଲାର ଦଶରଥପୁର ବ୍ଲକ ଅନ୍ତର୍ଗତ ବାବଲପୁରସ୍ଥ ଅଗ୍ରଣୀ ଲୋକ ସଙ୍ଗଠନ ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ସମଗ୍ର ବିଶ୍ୱରେ କରୋନାରେ ମୃତକଙ୍କ ଆତ୍ମାର ସଦଗତି ନିମନ୍ତେ ଦଶାହ କର୍ମରେ ଦଶ ଦିନ ଧରି ସମୂହ ଦୀପ ଦାନ, ନିରବ ପ୍ରାର୍ଥନା, ପିଣ୍ଡ ଦାନ, ତିଳ ତର୍ପଣ, ଅନ୍ନବସ୍ତ୍ରାଦି ଦାନ, ଆଲୋଚନା ଚକ୍ର ଆଦି କର୍ମମାନ ସମ୍ପାଦିତ ହେଉଥିବା ବେଳେ ଏହି କର୍ମର ଚତୁର୍ଥ ରୁ ଦଶମ ଦିନର କାର୍ଯ୍ୟକ୍ରମ ମୁଖ୍ୟ କାର୍ଯ୍ୟାଳୟ ପକ୍ଷରୁ ଚାଲୁ ରହିଥିବାର ଦେଖିବାକୁ ମିଳିଛି । ଚିନ୍ମୟ ଫାଉଣ୍ଡେସନ ପକ୍ଷରୁ ନୀରବଛିନ୍ନ ପ୍ରକ୍ରିୟାରେ ୧୦୦୮ ଦିନ ଧରି ଚାଲୁ ରହିଥିବା କରୋନା ସଚେତନତା କାର୍ଯ୍ୟକ୍ରମକୁ ଆଗକୁ ଆହୁରି ଜୋରଦାର କରାଯିବ ବୋଲି ଫାଉଣ୍ଡେସନର ଅଧ୍ୟକ୍ଷ ଚିନ୍ମୟ ଦାଶ ମତବ୍ୟକ୍ତ କରିଥିବା ବେଳେ, ଚାଇନାର ସ୍ଥିତିକୁ ଆଖି ଆଗରେ ରଖି ସତର୍କତା ଅଵଲମ୍ବନ କରିବାକୁ ଫାଉଣ୍ଡେସନ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏହି ଅବସରରେ ଫାଉଣ୍ଡେସନର ୧୪୪ ତମ ସପ୍ତାହ ଅର୍ଥାତ ଦିନସଂଖ୍ୟା ୧୦୦୨ ରୁ ୧୦୦୮ (ରବିବାର ରୁ ଶନିବାର) ପର୍ଯ୍ୟନ୍ତ ବିଂଝାରପୁର ଅଞ୍ଚଳରେ ସଚେତନତା ସହ ଏହି ସେବାକାର୍ଯ୍ୟ ଚାଲୁ ରହିଥିବାର ଦେଖିବାକୁ ମିଳିଛି । ଫାଉଣ୍ଡେସନର ପ୍ରତିଷ୍ଠାତା ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ନିର୍ଦ୍ଦେଶ କ୍ରମେ ସମାଜସେବୀ ଶ୍ରୀକ୍ଷେତ୍ର ସାହୁ, ସାଗର କୁମାର ଜେନା , ରାକେଶ କୁମାର ଜେନା, ସାଗର ମଲ୍ଲିକ ଆଦି ଏହି କାର୍ଯ୍ୟକ୍ରମକୁ ଜାରି ରଖିଛନ୍ତି ।
ଚିନ୍ମୟ ଫାଉଣ୍ଡେସନର ୧୪୪ ତମ ସପ୍ତାହିକ କରୋନା ସଚେତନତା ଓ କିଟ୍ ବଣ୍ଟନ କାର୍ଯ୍ୟକ୍ରମ !!!

