ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଦୀର୍ଘ ବର୍ଷ ହେବ ସରକାରୀ ଜମି କୁ ଜବର ଦଖଲ କରି ଘର କରି ବ୍ୟବସାୟ କରି ଆସୁଥିଲେ । ପ୍ରଶାସନ ପକ୍ଷରୁ ବାରମ୍ବାର ନୋଟିସ ପରେ ବି ଛାଡ଼ୁ ନ ଥିଲେ ସରକାରୀ ଜମି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲ୍ ଅଧିନସ୍ଥ କଟିକଟା ପଞ୍ଚାୟତ ପଶ୍ଚିମଖଣ୍ଡ ଭୋଳ ମୌଜା ର ସରକାରୀ ଜମି ( ପ୍ଲଟ ନଂ ୪୭୮/୧୪୭୧ ଓ ୫୫ ଖାତା ନଂ ୪୪୭ ଓ ୪୪୫) କଟିକଟା ଜୟପୁର ପୂର୍ତ୍ତ ବିଭାଗ ର ରାସ୍ତା ର ଉଭୟ ପାଶ୍ୱର୍ରେ କେତେକ ବ୍ୟବସାୟୀ ଦୀର୍ଘ ବର୍ଷ ହେବ ଜବରଦଖଲ ଘର କରି ବ୍ୟବସାୟ କରି ଆସୁଥିଲେ। ପ୍ରଶାସନର ଉଚ୍ଛେଦ ପାଇଁ ନୋଟିସ ପରେ ବ୍ୟବସାୟୀ ମାନେ ଏ ସମ୍ପର୍କରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଦ୍ବାରସ୍ଥ ହୋଇଥିଲେ ! ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରାଯାଇଥିଲା । ଏହା ପରେ ମାନ୍ୟବର ଅଦାଲତ ଉକ୍ତ ମାମଲା କୁ ଖାରଜ କରି ଜବରଦଖଲ ଉଚ୍ଛେଦ ନିମନ୍ତେ ପ୍ରଶାସନ କୁ ନିର୍ଦେଶ ଦେଇଥିଲେ । ମାନ୍ୟବର ଅଦାଲତ ଙ୍କ ନିର୍ଦ୍ଦେଶ କ୍ରମେ ନିଶ୍ଚିନ୍ତକୋଇଲି ତହସିଲଦାର ଦିଲ୍ଲିପ କୁମାର ନାୟକ ଙ୍କ ତତ୍ବାବଧାନରେ କଟିକଟା ଜୟପୁର ପୂର୍ତ୍ତ ବିଭାଗ ର ଉଭୟ ପାର୍ଶ୍ଵ ରେ ବେଆଇନ ଭାବେ ଜବରଦଖଲ ଦୋକାନ ଘର ଗୁଡ଼ିକୁ ଜେସିବି ମେସିନ ସାହାଯ୍ୟରେ ଉଚ୍ଛେଦ କରାଯାଇଛି । ଏହି ଉଚ୍ଛେଦ କାର୍ଯ୍ୟକୁ ନିୟନ୍ତ୍ରଣ କରିବା ନିମନ୍ତେ ନିଶ୍ଚିନ୍ତକୋଇଲି ପୋଲିସ ପକ୍ଷରୁ ଏକ ପ୍ଲାଟୁନ ଫୋର୍ସ ମୁତୟନ କରିବା ସହିତ ସାଲେପୁର ଏସଡିପିଓ ବିମଳ କୁମାର ବାରିକ, ନିଶ୍ଚିନ୍ତକୋଇଲି ଥାନା ର ଅଧିକାରିଣୀ ଚିନ୍ମୟୀ ସାହୁଙ୍କ ସମେତ ବିଭିନ୍ନ ବିଭାଗ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଉଚ୍ଛେଦ କାର୍ଯ୍ୟ ସମ୍ପାଦନ କରିଥିଲେ ।
କଟିକଟା ବଜାରରେ ଉଚ୍ଛେଦ ହେଲା ବେଆଇନ ଜବର ଦଖଲ !!!

