ଉଦଯାପିତ ହେଲା ବୋଲଗଡ ମହୋତ୍ସବ : ଓଡ଼ିଶୀ ଓ ଲୋକ ନୃତ୍ୟରେ ଦର୍ଶକ ବିଭୋର !!!

Spread the love

ବୋଲଗଡ ( ଆୱାଜ ମିଡ଼ିଆ ) – ଗଙ୍ଗାଧର ସାହୁ : ବୋଲଗଡ ମହୋତ୍ସବ ଆଶା ୨୦୨୨ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ମଧ୍ୟରେ ଉଦଯାପିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ସଂସ୍କୃତି ଓ ପର୍ଯ୍ୟଟନ ବିଭାଗ ପକ୍ଷରୁ ୫ ଦିନ ଧରି ପ୍ରତିଦିନ ସନ୍ଧ୍ୟାରେ ଓଡ଼ିଶୀ , ଲୋକନୃତ୍ୟ, ସମ୍ବଲପୁରୀ ନୃତ୍ୟ,ପଶୁ ନୃତ୍ୟ, ଗୋଟି ପୁଅ, ସାନ୍ତାଳୀ ନୃତ୍ୟ , ଦୁଲ ଫୁଲ ନୃତ୍ୟ ଓ ସ୍ଥାନୀୟ ଅଞ୍ଚଳର କଳାକାରଙ୍କ ଦ୍ୱାରା ପାଲ, ଭାଗବତ ମେଳା, ଖଞ୍ଜଣି ଭଜନ, ସଂକୀର୍ତ୍ତନ ଏବଂ ବିଭିନ୍ନ ଡ୍ୟାନ୍ସ ପରିବେଷଣ କରାଯାଇଥିଲା । ଉଦଯାପନୀ ସନ୍ଧ୍ୟାରେ ପରିବେଷିତ ହୋଇଥିବା ଓଡ଼ିଶୀ ଓ ଲୋକ ନୃତ୍ୟ ଦର୍ଶକ ମାନଙ୍କୁ ବାନ୍ଧି ରଖିଥିଲା । ଏହି ଅବସରରେ ଅନୁଷ୍ଠିତ ସଭାରେ ମହୋତ୍ସବ କମିଟିର ଅଧକ୍ଷ ତଥା ସ୍ଥାନୀୟ ବିଧାୟକ ରାଜେନ୍ଦ୍ର କୁମାର ସାହୁଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସଦସ୍ୟ ମୁନା ଖାଁ , ମୁଖ୍ୟ ବକ୍ତା ଭାବେ ପୂର୍ବତନ ମନ୍ତ୍ରୀ ଡକ୍ଟର ଅରୁଣ କୁମାର ସାହୁ ,ସମ୍ମାନୀତ ଅତିଥି ଭାବେ ବୋଲଗଡ ବିଡିଓ ଧୋବେଇ ନାୟକ, ତହସିଲଦାର ସନ୍ତୋଶିନୀ ଦାସ , ବୋଲଗଡ ଥାନା ଅଧିକାରୀ ଚନ୍ଦ୍ର ଶେଖର ଜେନା, ଆଶା ମେମୋରିଆଲ ଟ୍ରଷ୍ଟ ଅଧ୍ୟକ୍ଷା ଲୁସି ମହାପାତ୍ର, ଖୋର୍ଦ୍ଧା ଜିଲ୍ଲା ବିଜେଡ଼ି ଉପ ସଭାପତି ପ୍ରଫୁଲ୍ଲ କୁମାର ପ୍ରଧାନ, ୨୫ ନମ୍ବର ଜିଲ୍ଲା ପରିଷଦ ସଭ୍ୟା ସୁନନ୍ଦିତା ସାହୁ, ଜିଲ୍ଲା ପରିଷଦ ସଭ୍ୟ ସୁବାଷ ଚନ୍ଦ୍ର ରାୟଗୁରୁ, ପ୍ରଦୀପ୍ତ କିଶୋର ଛୋଟରାୟ ପ୍ରମୁଖ ଯୋଗଦେଇ ବୋଲଗଡ ଅଞ୍ଚଳର କଳା ,ସଂସ୍କୃତି ଓ ପରମ୍ପରା ଐତିହ୍ୟର ପ୍ରଶଂସା କରିଥିଲେ । ବରିଷ୍ଠ ସମାଜସେବୀ କୃଷ୍ଣ ମୋହନ ପାଲଟା ସିଂହ, ରବିନ୍ଦ୍ର କୁମାର ପରିଡ଼ା, ନାରାୟଣ ମାର୍ଥା, ସନାତନ ପାଟ୍ଟଶାଣୀ, ପ୍ୟାରୀ ମୋହନ ଦାସ, ମନୋଜ ପଣ୍ଡା ପ୍ରମୁଖ ମଞ୍ଚାସିନ ଥିଲେ । ମଞ୍ଚ ପ୍ରାରମ୍ଭରେ ବୋଲଗଡ ବଂଶୀଧର ସଙ୍ଗୀତ ମହା ବିଦ୍ୟାଳୟର କଣ୍ଠଶିଳ୍ପୀ କଳାକାର ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ କରି ସଭା ଆରମ୍ଭ କରାଯାଇଥିଲା। । ବିଶ୍ଵ ମୋହନ ନରେନ୍ଦ୍ର ଅତିଥି ପରିଚୟ ପତ୍ର ପ୍ରଦାନ କରିଥିଲେ । ଅଞ୍ଚଳର ବିଭିନ୍ନ ପ୍ରତିଭା ବ୍ୟକ୍ତି ବିଶେଷ ମାନଙ୍କୁ ମାନପତ୍ର , ଉତ୍ତରୀୟ ଓ ଫୁଲ ଗୁଚ୍ଛ ଦେଇ ସମ୍ମାନୀତ କରାଯାଇଥିଲା । ପରିଶେଷରେ ମହୋତ୍ସବ କମିଟି ସାଧାରଣ ସମ୍ପାଦକ ବୀର ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଳମ୍ବିତ ରାତ୍ରୀ ପର୍ଯ୍ୟନ୍ତ ବିଭିନ୍ନ ଦୋକାନ, ମୀନା ବଜାରରେ ପ୍ରବଳ ଜନ ସମାଗମ ଥିବା ବେଳେ ଖୋଲା ଆକାଶ ରଙ୍ଗ ମଞ୍ଚର ରଙ୍ଗା ରଙ୍ଗ କାର୍ଯ୍ୟକ୍ରମକୁ ଦର୍ଶକ ମାନେ ଉପଭୋଗ କରିଥିଲେ ।

Leave a Reply

Your email address will not be published. Required fields are marked *