ଲୁଇସ ବ୍ରେଲ ଙ୍କ 214 ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ !!!

Spread the love

ନୂଆଗାଁ ( ଆୱାଜ ମିଡ଼ିଆ ) – ସଞ୍ଜୀବ କୁମାର ଡାକୁଆ : ନୟାଗଡ଼ ଜିଲ୍ଲା ନୂଆଗାଁ ବ୍ଲକ ବାହାଡାଝୋଲା ରେ ଅନୁଷ୍ଠିତ ହୋଇଯାଇଛି ଦୃଷ୍ଟିହୀନ ମାନଙ୍କୁ ନେଇ ଲୁଇସ ବ୍ରେଲ ଙ୍କ 214 ତମ ଜୟନ୍ତୀ କାର୍ଯ୍ୟକ୍ରମ l ଦୃଷ୍ଟିହୀନ ମାନଙ୍କୁ ନେଇ ଅନୁଷ୍ଠାନ କରିଥିବା ଜିତେନ୍ଦ୍ର ବହୁକ ଏହି କାର୍ଯ୍ୟକ୍ରମ ଆୟୋଜନ କରିଥିବା ସମୟରେ ନୂଆଗାଁ ବ୍ଲକ ବାହାଡାଝୋଲା ର ଦୃଷ୍ଟିହୀନ ମାନେ ଏଥିରେ ସାମିଲ ହୋଇଥିଲେ l ଏହି ପ୍ରୋଗ୍ରାମ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ନୟାଗଡ଼ ବିଧାୟକ ଅରୁଣ କୁମାର ସାହୁ , ଉଦଘାଟକ ବିଶିଷ୍ଟ ସମାଜସେବୀ ବଇଁଶୀ ନାୟକ , ମୁଖ୍ୟ ବକ୍ତା ସମାଜସେବୀ ଦାମୋଦର ସାହୁ ଉପସ୍ଥିତ ରହିଥିଲେ ! ଅନ୍ୟାନ୍ୟ ଅତିଥି ମାନଙ୍କ ମଧ୍ୟରେ ଥିଲେ ମୁରଲୀଧର ଜେନା, ନିର୍ମଳ ବାବୁ ଏବଂ ଉପସ୍ଥାପନ କରୁଥିଲେ ବାବୁ ସାର ! ଲେହି ଠାରେ କମଳ ବଣ୍ଟନ କାର୍ଯ୍ୟକ୍ରମ ହୋଇଥିଲା l ଓଁ ଶ୍ରୀ ଦୃଷ୍ଟିହୀନ ଲୋକ ସଙ୍ଗୀତ ପରିଷଦ ବାହାଡାଝୋଲା ଏହି କାର୍ଯ୍ୟକ୍ରମକୁ ଆୟୋଜନ କରିଥିଲେ l

 

Leave a Reply

Your email address will not be published. Required fields are marked *