ଜୟ ସନ୍ତୋଷୀ ମାଆ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ଵାରା ଚାଷି ଙ୍କ ଧାନ କ୍ରୟ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ଗୋଶାଣୀ ବ୍ଳକ ର କେରାଣ୍ଡି ପଞ୍ଚାୟତର ନୂଆ କେରାଣ୍ଡି ଗ୍ରାମରେ ଥିବା ରାମ ଲିଙ୍ଗେଶ୍ୱର ସମବାୟ ସମିତି କାର୍ଯ୍ୟାଳୟ ପରିସରରେ କତଲ କଇଠା ଗ୍ରାମ ପଞ୍ଚାୟତର ଯାଜପୁର ଗ୍ରାମର ଜୟ ସନ୍ତୋଷୀ ମାଆ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ଦ୍ବାରା ଚାଷି ଙ୍କ ଧାନ କ୍ରୟ କରା ଯାଉଥିବାର ଦେଖିବାକୁ ମିଳିଛି । ରାମ ଲିଙ୍ଗେଶ୍ୱର ସମବାୟ ସମିତି ସହଯୋଗରେ ସ୍ୱୟଂ ସହାୟକ ଗୋଷ୍ଠୀର ମାଆ ମାନେ ଧାନ କ୍ରୟ କରୁଛନ୍ତି । ରାଜ୍ୟ ସରକାର ଙ୍କ ମହିଳା ସଶକ୍ତିକରଣ ଦ୍ବାରା ମାଆ ମାନଙ୍କର ସାମାଜିକ ଅର୍ଥନୈତିକ ଅଭିବୃଦ୍ଧି ହେବା ସଙ୍ଗେ ସଙ୍ଗେ ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚି ପାରିବେ ଓ ଆତ୍ମ ନିର୍ଭରଶୀଳ ହୋଇ ପାରିବେ । ସରକାରଙ୍କ ଏହିଭଳି ପ୍ରୟାସକୁ ପ୍ରଶଂସା କରାଯାଇଛି ।

Leave a Reply

Your email address will not be published. Required fields are marked *