ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ ଉତ୍ସବ !!!

Spread the love

ଖୋର୍ଦ୍ଧା ( ଆୱାଜ ମିଡ଼ିଆ ) – ସମିର ସୁନ୍ଦରାୟ : ମନୁଷ୍ୟ ତା ଜୀବନରେ ବିଭିନ୍ନ ସମୟରେ ଅନେକ କାମକୁ ନେଇ ବ୍ୟସ୍ତ ବିବ୍ରତ ରହୁଥିଲେ ମଧ୍ୟ , ବନ୍ଧୁତ୍ବକୁ ଦେଇଥାଏ ସ୍ୱତନ୍ତ୍ର ସ୍ଥାନ l ସେହିପରି ଭାବରେ ସ୍ନେହପ୍ରେମରେ ବନ୍ଧା ହୋଇଥିବା, ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ 2013 ମସିହାରେ +3କଳା ରେ ପଢ଼ୁଥିବା ଛାତ୍ର ଛତ୍ରୀ ମିଶି, ଖୋର୍ଦ୍ଧାର ମା ବରୁଣେଇଙ୍କ ପାଦଦେଶରେ ଏକ ବନ୍ଧୁମିଳନ ଉତ୍ସବର ଆୟୋଜନ କରିଥିଲେ l ଉକ୍ତ ଉତ୍ସବରେ ପାଖାପାଖି 40 ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ପାଠପଢା ଛାଡିବାର ଦୀର୍ଘ 10 ବର୍ଷ ହୋଇଯାଥିବା ସ୍ଥଳେ, ତାମଧ୍ୟରେ ଅନେକ ସାଙ୍ଗ ଅନେକ ସୁଖ ଦୁଃଖକୁ ସାମ୍ନା କରିଛନ୍ତି l ନିଜନିଜର ସୁଖ ଦୁଃଖକୁ ବାଣ୍ଟିବା ସହିତ 2022 ମସିହାରେ “ରୋଜାଲିନ” ନାମକ ଜଣେ ସାଙ୍ଗଙ୍କ ଅକାଳ ବିୟୋଗ ହୋଇଥିବାରୁ, ତାଙ୍କ ଆତ୍ମାର ସଦଗତି ପାଇଁ 2 ମିନିଟ ସମୂହ ନିରବ ପ୍ରାର୍ଥନା କରିଥିଲେ l ତାପରେ ସମସ୍ତ ସାଙ୍ଗ ମା ବରୁଣେଇ ଏବଂ ମା କରୁଣେଇଙ୍କ ଆଶୀର୍ବାଦ ନେବା ସହିତ ଭୋଜିଭାତ କରି ବେଶ ଖୁସିରେ ଦିନଟିକୁ ଅତିବାହିତ କରିଥିଲେ l

Leave a Reply

Your email address will not be published. Required fields are marked *