ଆଠମଲ୍ଲିକ ( ଆୱାଜ ମିଡ଼ିଆ ) – ଅଶ୍ବିନୀ କୁମାର ଦେବତା : ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ବ୍ଲକ କୁରୁମୁଟାପ ଗ୍ରାମର ବ୍ରଜବନ୍ଧୁ ନାୟକଙ୍କ ଘରୁ ଜ୍ୱାଇଁ ପ୍ରଶାନ୍ତ କୁମାର ନାୟକଙ୍କ ଗଳିତ ଶବକୁ ଏକ ଆବଦ୍ଧ କୋଠରୀରୁ ଠାକୁରଗଡ଼ ପୋଲିସ ଉଦ୍ଧାର କରିଛି। ସୂଚନା ରୁ ଜଣାପଡିଛି ଉରୁକୁଲା ପଂଚାୟତ ର ଖମାର ଗ୍ରାମର ସୁରମଣି ନାୟକଙ୍କ ପୁଅ ପ୍ରଶାନ୍ତ ନାୟକ କୁରୁମୁଟାପ ଗ୍ରାମର ବ୍ରଜବନ୍ଧୁ ନାୟକଙ୍କ ଝିଅ ବନ୍ଦିନୀ ନାୟକଙ୍କୁ ବିବାହ କରିଥିଲେ । ବିବାହ ପରେ ପରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ଲାଗି ରହୁଥିଲା ବେଳେ ଯାହାକି ଜାତି ସମାଜ ଉପରେ ମଧ୍ୟ ଉଭୟଙ୍କ ଅଭିଯୋଗ ବିଚାର କରା ଯାଇଥିଲା । ଝିଅ ବନ୍ଦିନୀ ନାୟକ ଘରେ ରହୁଥିବା ବେଳେ ସ୍ୱାମୀ ପ୍ରଶାନ୍ତ କୁମାର ନାୟକ ବାହାରେ ରହି କାମ କରୁଥିଲେ । କିଛି ଦିନ ପୂର୍ବରୁ ପ୍ରଶାନ୍ତ କୁମାର ନାୟକ କୁରୁମୁଟାପ ଗ୍ରାମର ଶ୍ୱଶୁର ବ୍ରଜବନ୍ଧୁ ନାୟକଙ୍କ ଘରେ ରହୁଥିଲେ । ଗୋଟିଏ କୋଠରୀରେ ବାପା ମାଆ ଛୁଆ ରହୁଥିବା ବେଳେ ଗତ ୭ ତାରିଖ ଠାରୁ ପ୍ରଶାନ୍ତ ନାୟକ ଙ୍କ ମୃତ ଶରୀର କୋଠରୀ ଭିତରେ ପଡିରହିବାର ଜଣାଯାଇଛି । ଯାହାକି ସ୍ତ୍ରୀ ଜାଣି ପାରିଲା ନାହିଁକି ଗ୍ରାମ ଲୋକେ ମଧ୍ୟ ଜାଣି ପାରିଲେ ନାହିଁ । ପ୍ରଶାନ୍ତ ର ମୃତ ଖବର ପାଇ ଖମାର ଗ୍ରାମର ଆନନ୍ଦ କୁମାର ନାୟକ କୁରୁମୁଟାପ ଗ୍ରାମରେ ପହଂଚି ସମସ୍ତ ତଥ୍ୟ ସଂଗ୍ରହ କରି ଭାଇ ପ୍ରଶାନ୍ତ କୁ ଭାଉଜ ବନ୍ଦିନୀ ନାୟକ ମାରିଛନ୍ତି ବୋଲି ଠାକୁରଗଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି । ଆନନ୍ଦ ଙ୍କ ଅଭିଯୋଗ ପାଇ ଠାକୁରଗଡ଼ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ରୁଦ୍ଧ କୋଠରୀରୁ ମୃତ ଶରୀରକୁ ବାହାର କରି ଶବ ବ୍ୟବଚ୍ଛେଦ ନିମନ୍ତେ ଆଠମଲ୍ଲିକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲା । ଠାକୁରଗଡ଼ ପୋଲିସ ଅଭିଯୋଗକୁ ଭିତ୍ତିକରି ଏକ ମାମଲା ରୁଜ କରି ଅଧିକ ତଦନ୍ତ ଚଳାଇଥିବା ଜଣାଯାଇଛି ।
ଶ୍ବଶୁର ଘରୁ ରୁଦ୍ଧ କୋଠରୀରୁ ଉଦ୍ଧାର ହେଲା ଜ୍ୱାଇଁ ର ଶବ !!!

