ଚିଲିକା ନିର୍ବାଚନ ମଣ୍ଡଳୀରେ ବିଜୁ ଜନତା ଦଳର ୨୬ ତମ ପ୍ରତିଷ୍ଠା ଦିବସ ପାଳିତ !!!

Spread the love

ଚିଲିକା ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଚିଲିକା ନିର୍ବାଚନ ମଣ୍ଡଳୀର ବାଲୁଗାଁ ବିଜୁ ଜନତା ଦଳ କାର୍ଯ୍ୟାଳୟ ଠାରେ ବିଜୁ ଜନତା ଦଳର ରଜତ ଜୟନ୍ତୀ ଓ ବିଜେଡି ର ୨୬ତମ ପ୍ରତିଷ୍ଠା ଦିବସ ପାଳନ ହୋଇଯାଇଛି । ଜିଲ୍ଲା ପରିଷଦ ଉପ-ସଭାପତି ଗୋପୀନାଥ ମହାରଣାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ଖୋର୍ଦ୍ଧା ଜିଲ୍ଲା ବିଜୁ ଜନତା ଦଳର ସଭାପତି ବିଭୁତି ଭୁଷଣ ବଳବନ୍ତରାୟ ଓ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର , ଚିଲିକା ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ଧର୍ମପତ୍ନୀ ସ୍ୱାଗତିକା ଜଗଦେବ , ହବିବୁଲ୍ଲା ଖାଁ, ପୂର୍ବତନ ମନ୍ତ୍ରୀ ଦେବେନ୍ଦ୍ର ନାଥ ମାନସିଂହ, ବାଣପୁର ବ୍ଲକ ଓ ଚିଲିକା ବ୍ଲକ ଏବଂ ବାଲୁଗାଁ ଏନ ଏ ସି ର କର୍ମକର୍ତା , ଦଳର ଶତାଧିକ ନେତା, କର୍ମୀ ସମେତ ପୁରୁଷ ମହିଳା ସାମିଲ ଥିଲେ । ଏହି କାର୍ଯ୍ୟକ୍ରମରେ ମୂଖ୍ୟତଃ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଲୋକାଭିମୂଖୀ କାର୍ଯ୍ୟକ୍ରମ ଓ ୨୫ ବର୍ଷର ନିରବଛ୍ଛିନ୍ନ ସେବା ଓ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ସମସ୍ତ ଯୋଜନା ଉପରେ ଅତିଥି ମାନେ ବକ୍ତ୍ୟବ୍ୟ ରଖିଥିଲେ । ଆସନ୍ତା ନିର୍ବାଚନରେ ବିଧାୟକଙ୍କୁ ସହଯୋଗ ଓ ଜିତାଇବା ସହ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବା ଆମର ଏକ ମାତ୍ର ଲକ୍ଷ୍ୟ ରଖିବା ଆବଶ୍ୟକ ବୋଲି ସମସ୍ତଙ୍କର ମତ ଥିଲା । ସମସ୍ତଙ୍କ ଅଭିଭାଷଣର “ଢୋଲ ଭିତରେ ମୂଷା” ଉପାଖ୍ୟାନ ଉପରେ ପଦକ୍ଷେପ ନେବା ସହ ମୂଷା ଜନ୍ତା ଓ ମ୍ୟାଟ୍ ର ବ୍ୟବସ୍ଥା ଖୁବ କମ ଦିନ ଭିତରେ ହୋଇ ପାରିବ ବୋଲି ଜିଲ୍ଲା ସଭପତି ବିଭୂତି ଭୂଷଣ ବଳବନ୍ତରାୟ ମତ ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଯୁବ ଛାତ୍ର ଓ ମହିଳା ସଭାପତିଙ୍କ ସହ ସମସ୍ତ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ସରପଞ୍ଚ ସମିତି ସଭ୍ୟ ମାନେ ଯୋଗ ଦେଇଥିଲେ । ମୁଖ୍ୟମନ୍ତ୍ରୀଙ୍କ ଭରଷା ଏସ ଏଚ୍ ଜି ମହିଳା ଓ ମହିଳା ବିଜେଡି କର୍ମୀ ମାନଙ୍କୁ ବହୁ ସଂଖ୍ୟାରେ ଦେଖିବାକୁ ମିଳିଥିଲା !

Leave a Reply

Your email address will not be published. Required fields are marked *