ଏଇତ ଜୀବନ ସଂଗଠନ ତରଫରୁ ” ବିପଦର ବନ୍ଧୁ ସମ୍ମାନ ୨୦୨୩ ” କାର୍ଯ୍ୟକ୍ରମ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କର୍ମବୀର ଗୌରୀଶଙ୍କର ଟାଉନହଲ, କଟକ ଠାରେ ଏଇତ ଜୀବନ ସାମାଜିକ ଗଣମାଧ୍ୟମ ଓ ଫାଉଣ୍ଡେସନ ପକ୍ଷରୁ ” ବିପଦର ବନ୍ଧୁ ସମ୍ମାନ ୨୦୨୩ ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ସମାଜରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନିୟ ସେବା ପ୍ରଦାନ କରିଥିବା ବ୍ୟକ୍ତି ବିଶେଷ ଏବଂ ଅନୁଷ୍ଠାନ ମାନଙ୍କୁ ଉତ୍ସାହିତ କରାଯିବା ଉଦ୍ଦେଶ୍ୟରେ ବିପଦର ବନ୍ଧୁ, ସର୍ପର ସାଥୀ, ସମାଜ ରକ୍ଷକ, ଅସହାୟର ବନ୍ଧୁ, ପଶୁପ୍ରେମୀ , ଶବର ସାଥି, ପରିବେଶ ପ୍ରେମୀ, ରକ୍ତବିର ପ୍ରମୁଖ ସମ୍ମାନରେ ସମ୍ମାନୀତ କରାଯାଇଥିଲା । ଉକ୍ତ ସଭାକୁ ଉତ୍କଳ ସର୍ବୋଦୟ ସଂଘର ରାଜ୍ୟ କୋଷାଧ୍ୟକ୍ଷ ବିଶ୍ୱଜିତ ସୁର୍ଯ୍ୟବଂଶୀ ଙ୍କ ଅଧ୍ୟକ୍ଷତାରେ ବରିଷ୍ଠ ସାମ୍ବାଦିକ ସତ୍ୟ ରାଏ ଉଦଘାଟନ କରିବା ସହିତ ମୁଖ୍ୟ ଅତିଥି ରୂପେ ସ୍ଥାୟୀ ଲୋକ ଅଦାଲତ, କଟକର ସଦସ୍ୟ ପ୍ରଦୀପ କୁମାର ପଟ୍ଟନାୟକ ଯୋଗଦେଇ ସମାଜସେବା କ୍ଷେତ୍ର ର ବିଭିନ୍ନ ଦିଗ ଓ ତାର ପରିବ୍ୟାପ୍ତତା ବିଷୟରେ ଅବଗତ କରିଥିଲେ l ବିଶିଷ୍ଟ ଗାନ୍ଧିବାଦୀ ଡକ୍ଟର ବିଶ୍ୱଜିତ ମୁଖ୍ୟ ବକ୍ତା ରୂପେ ସେବା ସହିତ ସମାଜ ପ୍ରତି ଥିବା ଦାୟିତ୍ୱ ଓ ଅଧିକାର କୁ ସୁପରିଚାଳିତ କରିବା ପାଇଁ ଅନୁରୋଧ କରିଥିଲେ l ସର୍ବୋଦୟ ସଂଘର ସମ୍ପାଦକ ଆର୍ଯ୍ୟଭଟ୍ଟ ମହାନ୍ତି ଓ ମିଳିତ ଜାତିସଂଘର ସଭ୍ୟ ଡକ୍ଟର ଦିଉପୟାନ ପଟ୍ଟନାୟକ ସମ୍ମାନିତ ଅତିଥି ରୁପେ ଯୋଗ ଦେଇଥିଲେ । ଦିବ୍ୟାଙ୍ଗ ସମାଜ ସେବୀ ମାନଙ୍କୁ ସମ୍ମାନ ଓ ଅସହାୟ ମୃତଦେହକୁ ସତ୍କାର କରୁଥିବା ଓଡିଶାର ପ୍ରଥମ ଦୁଇ ଜଣ ମହିଳାଙ୍କୁ ସମ୍ମାନ ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲା । ଦ୍ବିତୀୟ ଅଧିବେଶନର ଅତିଥି ରୂପେ ସଞ୍ଜିତ ସାମଲ, ସସ୍ମିତା ଦାସ, ଜିତେନ୍ଦ୍ର ସାହୁ, ନମିତା ସାହୁ, ସଞ୍ଜୀବ ଚିନାରା, ଅଭୟ ବାରିକ, କ୍ଷୀରୋଦ କୁମାର ସାହୁ ପ୍ରମୁଖ ଯୋଗ ଦେଇ ମାନପତ୍ର ବିତରଣ କରିଥିଲେ । ମାନସ ପଟନାୟକ ସ୍ଵାଗତ ଭାଷଣ ଦେଇଥିବା ବେଳେ ଏଇତ ଜୀବନର ସଭାପତି ପ୍ରିୟବ୍ରତ ପଟ୍ଟନାୟକ ଉକ୍ତ କାର୍ଯ୍ୟକ୍ରମ କୁ ପରିଚାଳନା କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave a Reply

Your email address will not be published. Required fields are marked *