ବାଲୁଗାଁ କଲେଜରେ ତିନି ଦିନିଆ ବାର୍ଷିକ କ୍ରିଡ଼ା ପ୍ରତିଯୋଗିତା !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବାଲୁଗାଁ ସ୍ଥିତ ବାଲୁଗାଁ କଲେଜ ର ୩୦ ତମ ବାର୍ଷିକ କ୍ରିଡ଼ା ପ୍ରତିଯୋଗିତା ତିନି ଦିନ ଧରି ଅନୁଷ୍ଠିତ ହୋଇଯାଇଛି । କଲେଜ ଅଧ୍ୟକ୍ଷା ବିନତୀ ମଞ୍ଜରୀ ରାଉତ କ୍ରୀଡା ପତାକା ଉତ୍ତୋଳନ କରି ପ୍ରତିଯୋଗିତା କୁ ଉଦଘାଟନ କରିଥିଲେ। ମୁଖ୍ୟ ଅତିଥି ଭାବେ ବାଲୁଗାଁ ବିଜ୍ଞପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ସୁକାନ୍ତି ପାଇକରାୟ ଯୋଗଦେଇ ଥିବାବେଳେ ସମ୍ମାନିତ ଅତିଥି ଭାବରେ ବାଲୁଗାଁ ବିଜ୍ଞପିତ ଅଞ୍ଚଳ ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଣୀ ସ୍ବପ୍ନାରାଣୀ ପାଢ଼ୀ, + ୨ ଅଧ୍ୟକ୍ଷା ଡଃ କଳ୍ପନା ଦାଶ, ବରିଷ୍ଠ ଅଧ୍ୟାପିକା ଡଃ ଜୟନ୍ତୀ ସାମଲ ପ୍ରମୁଖ ଯୋଗ ଦେଇଥିଲେ। ମା ଉତ୍ତରାୟଣୀ ପୀଠ ଠାରୁ କ୍ରୀଡା ମଶାଲ ଅଣାଯାଇ କ୍ରୀଡା ପ୍ରାଙ୍ଗଣରେ ଅବସ୍ଥାପିତ କରାଯାଇଥିଲା । ଛାତ୍ରୀ ଶପଥ ପାଠ କରିଥିଲେ । ଏହି ପ୍ରତିଯୋଗିତାରେ ୧୦୦, ୨୦୦, ୪୦୦, ୮୦୦ ମିଟର ଦୋୖଡ, ଲଙ୍ଗ ଜମ୍ପ, ହାଇ ଜମ୍ପ, ଟ୍ରିପଲ୍ ଜମ୍ପ, ସଟପୁଟ ଥ୍ରୋ, ଡିସକସ ଥ୍ରୋ, ଜାଭେଲିନ ଥ୍ରୋ, ବାଲାନସ ରେସ, ମ୍ୟୁଜିକ ଚେୟାର ଖେଳ ସ୍ଥାନ ପାଇଥିଲା । ଚଳିତ ବର୍ଷ ରେକର୍ଡ ସଂଖ୍ୟକ ଛାତ୍ର ଛାତ୍ରୀ ମାନେ ପ୍ରତିଯୋଗିତା ରେ ଭାଗ ନେଇଥିଲେ । କ୍ରୀଡା ସଂସଦ ଉପ-ସଭାପତି ଅଧ୍ୟାପକ ସୁବାସ ଚନ୍ଦ୍ର ଶ୍ରୀଚନ୍ଦନ, ମୃଡାଣୀ ଶଙ୍କର ପ୍ରସାଦ ମିଶ୍ର, ଧୋବି ଚରଣ ପରିଡା, ବାଳକୃଷ୍ଣ ପାଢ଼ୀ, ଅଧ୍ୟାପିକା ରୀନା ରାଉତ, ସ୍ବାତି ସ୍ୱାଗତିକା ସାହୁ, କୀର୍ତିମୟୀ ବାରିକ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଅଧ୍ୟାପକ ଡଃ ଅକ୍ଷୟ କୁମାର ମିଶ୍ର, ବିଦ୍ୟାଧର ଜୁଝାରସିଂହ , ପ୍ରବିଣ କୁମାର ଜେନା, ଅକ୍ଷୟ କୁମାର ମହାପାତ୍ର, ଅଧ୍ୟାପିକା ମନସ୍ବିନୀ ପଟ୍ଟନାୟକ, ଶୁଭଦର୍ଶନୀ ବିଶ୍ବାଳ, ସୁଚିସ୍ମିତା ମହାପାତ୍ର, ସୁନିତା ନନ୍ଦ, ଅମ୍ରିତା ନନ୍ଦ , ରୋଜାଲିନ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ । କ୍ରୀଡା ପ୍ରଶିକ୍ଷକ ବିଜୟ କୁମାର ରାଉତ କାର୍ଯ୍ୟକ୍ରମ କୁ ସଂଯୋଜନା କରିଥିଲେ । ପ୍ରତିଯୋଗିତା ଶେଷରେ ଛାତ୍ର ଛାତ୍ରୀ ମାନେ ନୃତ୍ୟ ପରିବେଷଣ କରି ଭରପୁର ମଜା ନେଇଥିଲେ ।

Leave a Reply

Your email address will not be published. Required fields are marked *