ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : କୋସ୍କା ରେ ବେଆଇନ ମାଙ୍କଡା ଖଣି ପ୍ରସଙ୍ଗ ! ଲକ୍ଷାଧିକ ଟଙ୍କା ର ରାଜସ୍ବ ହାନି ! ଚଢ଼ାଉ ହେବା ପୂର୍ବରୁ ମାଫିଆ ଙ୍କ ପାଖରେ ପହଞ୍ଚିଯାଉଛି ଖବର ! ନୟାଗଡ଼ ଜିଲ୍ଲା ନୂଆଗାଁ ତହସିଲ ପକ୍ଷରୁ ବେଆଇନ ମାଙ୍କଡା ପଥର ଖଣି ଙ୍କୁ ଅଚାନକ ଚଢ଼ାଉ କରିବାକୁ ଯାଉଥିବା ସମୟ ରେ ଉକ୍ତ ଖଣି କୁ ସୁରକ୍ଷା ଦେବା ପାଇଁ ଯେପରି କେହି ଭିତରକୁ ପ୍ରବେଶ କରି ପାରିବେ ନାହିଁ ଖଣି ର ସମସ୍ତ ରାସ୍ତା ଗୁଡିକୁ ଜେସିବି ରେ ଖୋଳୁଥିବା ସମୟ ରେ ଜେସିବି ଜବତ | ମିଳିଥିବା ଖବର ଅନୁସାରେ ନୟାଗଡ଼ ତହସିଲ କ୍ରୀଦାଶପୁର ପଞ୍ଚାୟତ ର କୋସ୍କା ଗ୍ରାମ ର ସୀମା ଓ ନୂଆଗାଁ ତହସିଲ ମାଳିସାହି ପଞ୍ଚାୟତ ର ବଡ଼ ତଇଲା ସୀମା ର ପାକୃତିକ ସୌନ୍ଦର୍ଯ୍ୟ ଭରା ଜଙ୍ଗଲୀ ଅଞ୍ଚଳ ଓ ରାସ୍ତା ପାଖରେ ପ୍ରାୟ 50ରୁ ଉର୍ଦ୍ଧ ବେଆଇନ ମାଙ୍କଡା ଖଣି ଦୀର୍ଘ 8 ବର୍ଷ ହେବ ଚାଲୁ ରହିଥିଲା | ଏପରିକି କୋସ୍କା ଗ୍ରାମ ବାସି ବାରମ୍ବାର ନୂଆଗାଁ ତହସିଲ ଓ ନୟାଗଡ଼ ତହସିଲ କୁ ଏହି ବିଷୟରେ ଖବର ଦେଇଥିଲେ ମଧ୍ୟ କୌଣସି ଧରପଗଡ଼ କରାଯାଉ ନଥିଲା ! ତେଣୁ ବାଧ୍ୟ୍ୟ ହୋଇ ଗ୍ରାମ ବାସି ନୟାଗଡ଼ ଜିଲ୍ଲାପାଳ ଙ୍କୁ ଜଣାଇଥିଲେ | ତେବେ ଜିଲ୍ଲାପାଳ ଙ୍କ ନିର୍ଦ୍ଦେଶ କ୍ରମେ ନୂଆଗାଁ ତହସିଲ ପକ୍ଷରୁ ଚଢ଼ାଉ କରାଯିବା ଖବର ଆଗୁଆ ମାଫିଆ ମାନଙ୍କ ପାଖରେ ପହଞ୍ଚିଯାଇଥିଲା | ତେଣୁ ଯୋଜନା କୁ ପଣ୍ଡ କରିବାକୁ ଯାଇ ମାଫିଆ ମାନେ ଖଣି ର ସମସ୍ତ ରାସ୍ତା କୁ ଖୋଳି ଦେଇଥିଲେ | ଫଳରେ ତହସିଲ କର୍ତ୍ତୃପକ୍ଷ ଙ୍କୁ ଚାଲି ଚାଲି ଯିବାକୁ ପଡିଥିଲା | ତେବେ ସେହି ସ୍ଥାନ ରେ କେବଳ ରାସ୍ତା ଖୋଳିଥିବା ଜେସିବି ଟିକୁ ଜବତ କରିଥିଲେ | ତେବେ ଏହି ପରି ଦୀର୍ଘ ବର୍ଷ ହେଲା ମାଫିଆ ଙ୍କ କବଜା ରେ ଥିଲା ଏହି ଖଣି ଏବଂ ମୋଟା ଅଙ୍କର ଟଙ୍କା କାରବାର ସମସ୍ତେ ଜାଣିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁନଥିଲା ବେଳେ ଏବେ ଚଢ଼ାଉ ଖବର ଆଗୁଆ ମାଫିଆ ମାନଙ୍କ ପାଖରେ ପହଞ୍ଚିପାରୁଛି ! ଯାହା ତହସିଲ କର୍ତ୍ତୃପକ୍ଷ ଙ୍କ କାର୍ଯ୍ୟ ଶୈଳୀ ଉପରେ ବଡ଼ ପ୍ରଶ୍ନ ସୃଷ୍ଟି ହୋଇଛି | ଅନ୍ୟ ପକ୍ଷେ ଖଣି ଙ୍କୁ କେଉଁ ମାନେ ଚଳାଉଥିଲେ ସେମାନ ଙ୍କୁ ଚିହ୍ନଟ କରି ନୋଟିସ କରାଯିବ ବୋଲି ନୂଆଗାଁ ତହସିଲଦାର ହେମନ୍ତ କୁମାର ନାୟକ କହିଛନ୍ତି | ତେବେ ଦେଖାଯାଉ କେଉଁ କେଉଁ ମାନେ କାହା ଇସାରା ରେ ଦୀର୍ଘ ବର୍ଷ ହେବ ଏହି ଖଣି କୁ ଚଳାଉଥିଲେ ସେମାନଙ୍କୁ ଚିହ୍ନଟ କରାଯଉଛି କି ସତ ମିଛ କରି ମାମଲା ରଫା କରାଯାଉଛି |
କୋସ୍କା ରେ ବେଆଇନ ମାଙ୍କଡା ଖଣି : ଲକ୍ଷାଧିକ ଟଙ୍କା ର ରାଜସ୍ବ ହାନି !!!

