“ ସାମାଜିକ ସେବା ଦିବସ ” କାର୍ଯ୍ୟକ୍ରମ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଭାରତ ସରକାରଙ୍କ ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରଣାଳୟ ଅଧିନସ୍ଥ ନେହେରୁ ଯୁବ କେନ୍ଦ୍ରର ଗଜପତି ଜିଲ୍ଲା ଯୁବ ଅଧିକାରୀ ବିଜୟ କୁମାର ମହାପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ନୂଆଗଡ଼ ବ୍ଲକ ଅନ୍ତର୍ଗତ ଖଜୁରୀପଦା ଗ୍ରାମର ଶାସ୍ତ୍ରୀଜି ଯୁବକ ସଂଘ ଏବଂ ବଡ଼ପଦା ଗ୍ରାମର ଡ଼ଃ ଭିମରାଓ ଆମ୍ବେଦକର ୟୁଥ କ୍ଲବ ଦ୍ଵାରା “ସାମାଜିକ ସେବା ଦିବସ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ରୂପେ ସରପଞ୍ଚ ପ୍ରିୟଙ୍କା ପାଣି ଓ ସମ୍ମାନୀତ ଅତିଥି ଭାବେ ସମିତି ସଭ୍ୟ ମାନୁଏଲ ଛିଞ୍ଚାଣୀ ଏବଂ ଦୁଇଟି ୟୁଥ କ୍ଲବର ସମସ୍ତ ୬୦ଜଣ ସଦସ୍ୟ ଏହି କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ । ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିବା ଯୁବକ ଯୁବତୀ ଗ୍ରାମର ରାସ୍ତା, ଖେଳ ପଡ଼ିଆ ଅଳିଆ ଆବର୍ଜ୍ଜନା ସଫାସୁତୁରା କରିବା ସହ ସ୍ଥାନୀୟ ଲୋକମାନଙ୍କୁ ପରିବେଶ ପରିଷ୍କାର ପରିଚ୍ଛନ୍ନତା ରଖିବାର ସଚେତନତା ବାର୍ତ୍ତା ଦେଇଥିଲେ । ଶାସ୍ତ୍ରୀଜି ଯୁବକ ସଂଘର ସଭାପତି କୈଳାସ ମାଝି, ସଂପାଦକ କେଦାର ପାଇକ ଏବଂ ନୂଆଗଡ଼ ବ୍ଲକର ପୂର୍ବତନ ଜାତୀୟ ସ୍ଵେଚ୍ଛାସେବୀ କରୁଣାକର ବେହେର୍ଦ୍ଦଳାଇ ଓ ସୁଧାଂଶୁ ରଞ୍ଜନ ପାଣି ପ୍ରମୁଖ ଏହି କାର୍ଯ୍ୟକ୍ରମକୁ ସୁଚାରୁ ରୂପେ ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *