କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲା ସଦର ମହକୁମା ଫୁଲବାଣୀରେ ଗତ ୫ ଦିନ ଧରି ଚାଲିଥିବା କ୍ରୀଡ଼ା ମହୋତ୍ସବ ଉଦଯାପିତ ହୋଇଯାଇଛି । ଜିଲାର ୧୨ ଟି ବ୍ଳକରୁ ୭୦୦ ରୁ ଊର୍ଦ୍ଧ୍ୱ ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ । ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଜିଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ନଳିନୀ ମଳ୍ଲିକ ଓ ସମ୍ମାନିତ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର , ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ରୋଦନ ମଲିକ , ଫୁଲବାଣୀ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତି ସ୍ମିତାରାଣି ମହାନ୍ତି , କନ୍ଧମାଳ ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ୍ ଓ ଜିଲା କ୍ରିଡ଼ା ଅଧିକାରୀ ସମୀର କୁମାର ନାୟକ ପ୍ରମୁଖ ଯୋଗଦେଇ ଉଦ୍ବୋଧନ ଦେଇଥିଲେ । ଦିବ୍ୟାଙ୍ଗ , ବରିଷ୍ଠ ନାଗରିକ ଓ କିନ୍ନର ମାନଙ୍କୁ ନେଇ ହୋଇଥିବା ପ୍ରତିଯୋଗିତା ମାନଙ୍କରେ କୃତିତ୍ୱ ଲାଭ କରିଥିବା କୃତୀ ପ୍ରତିଯୋଗୀ ମାନଙ୍କୁ ପ୍ରଥମେ ପୁରସ୍କାର ପ୍ରଦାନ କରିବା ପରେ ଜିଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା ।
କନ୍ଧମାଳ ଜିଲା ସ୍ତରୀୟ କ୍ରୀଡ଼ା ମହୋତ୍ସବ ଉଦଯାପିତ !!!

