ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅନ୍ତର୍ଗତ ଖମାର ସାହିର ଜଣେ କଲେଜ ପଢୁଆ ଯୁବକଙ୍କୁ ଅପହରଣ କରି ହତ୍ୟା କରାଯାଇଛି । ସୂଚନା ମୁତାବକ ତିନି ଦିନ ତଳେ ବାଣପୁର ଖମାର ସାହି ଅଞ୍ଚଳର ଆଶୁତୋଷ ମହାପାତ୍ର ନିଖୋଜ ଥିବାର ବାଣପୁର ଥାନାରେ ତାଙ୍କ ପରିବାର ପକ୍ଷରୁ ଏକ ଅପହରଣ ମାମଲା ରୁଜୁ କରାଯାଇଥିଲା । ଏହି ଆଧାରରେ ବାଣପୁର ପୋଲିସ ତିନିଦିନ ହେବ ବାଣପୁର ଅଞ୍ଚଳର ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଗତକାଲି ବାଣପୁର ଥାନା ଅନ୍ତର୍ଗତ ଦୀକ୍ଷିତପଡ଼ା ଗ୍ରାମର କୁବେର ପ୍ରଧାନଙ୍କ ପୁଅ ଆଶିର୍ବାଦ ପ୍ରଧାନଙ୍କୁ ସନ୍ଦେହ କରି ଥାନାରେ ଅଟକ ରଖି ପଚରା ଉଚରା ପରେ ଜଣାପଡିଲା ଯେ ଆଷୁତୋଷ କୁ ପ୍ରଥମେ ଅପହରଣ କରି , ପରେ ଏକ ରଶିରେ ତଣ୍ଟିଚିପି ହତ୍ୟା କରିବା ପରେ କୂଅ ଭିତରେ ପକେଇ ଦେଇଛି ! ପୋଲିସ ସମୁଖରେ ଏପରି ବୟାନ ଦେବା ପରେ ଅପରାହ୍ନରେ ବାଲୁଗାଁ ଏସଡିପିଓ ମାନସ ରଞ୍ଜନ ବାରିକଙ୍କ ଙ୍କ ନେତୃତ୍ୱରେ ଏକ ଟିମ ଦୀକ୍ଷିତପଡ଼ା ଗ୍ରାମକୁ ଯାଇ ସମ୍ପୃକ୍ତ ଅଭିଯୁକ୍ତଙ୍କ ସହ ବନ୍ଧ ଘରକୁ ଯାଇ ସିନ ରିକ୍ରିଏସନ କରିଥିଲେ । ବାଲୁଗାଁ ଉଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ମାନସ ରଞ୍ଜନ ବାରିକ, ବାଣପୁର ଥାନା ଅଧୀକାରୀ ଜୟ ପ୍ରକାଶ ପରିଡା, ଟାଙ୍ଗୀ ଥାନା ଅଧିକାରୀ ଦିଗ ବିଜୟ ବିଶ୍ୱାଳ ସାଇଣ୍ଟିଫିକ୍ ଟିମ ଘଟଣା ସ୍ଥଳରେ ତନାଘନା କରିବା ସହ ବାଣପୁର ଅଗ୍ନିଶମ ବାହିନି ଦ୍ଵାରା ଗଭୀର କୂଅରୁ ଆଶୁତୋଷର ମୃତ ଶରୀର ଉଦ୍ଧାର କରାଯାଇ ଥିଲା ।
ବାଣପୁର ରେ ଯୁବକଙ୍କୁ ଅପହରଣ ପରେ ହତ୍ୟା : ଅଭିଯୁକ୍ତ ଗିରଫ !!!

