ନିୟତି ପରିସରରେ ୭୪ ତମ ଜନରାଜ୍ୟ ଦିବସ ପାଳନ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ମାନସିକ ଅନଗ୍ରସର ତାଲିମ୍ କେନ୍ଦ୍ର ତଥା ଭୌତିକ ସେବା ଅନୁଷ୍ଠାନ ନିୟତି ଆନୁକୁଲ୍ୟରେ ୭୪ ତମ ଜନରାଜ୍ୟ ଦିବସ ପାଳନ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପଣ୍ଡିତ ନରସିଂହ ଗୌଡ଼ ଯୋଗଦାନ କରି ପତାକା ଉତ୍ତୋଳନ କରି ମାନସିକ ଅନଗ୍ରସର ପିଲାଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ସମାଜର ସବୁ ବର୍ଗର ବ୍ୟକ୍ତିଙ୍କ ଜରୁରୀ ଦାୟିତ୍ୱ ରହିଛି ବୋଲି କହିଥିଲେ । ଅଧ୍ୟକ୍ଷା ସ୍ନେହଲତା ପାଣିଗ୍ରାହୀ, ଶିକ୍ଷିକା ଶାଶ୍ଵତୀ ବେବର୍ତ୍ତା, ସଂଯୋଜକ ସୁନିତ୍ ଗମାଙ୍ଗ, ପରିଚାଳିକା ପ୍ରତିମା ନାୟକ, କେୟାର ଟେକର୍ସ ଜୟାମା, ପୂର୍ଣ୍ଣବାସୀ ପ୍ରଭୃତି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ବେଳେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଶୁଭ ଅବସରରେ ମା ବୀଣାପାଣି ଙ୍କୁ ମଧ୍ୟ ବିଦ୍ୟାଳୟ ରେ ପୂଜାର୍ଚ୍ଚନା କରାଯାଇଥିଲା ।

Leave a Reply

Your email address will not be published. Required fields are marked *