ଦାନଗଦି ( ଆୱାଜ ମିଡ଼ିଆ ) – ଶୁଭମ ଓଝା : ଯାଜପୁର ଜିଲ୍ଲ ଦାନଗଦି ବ୍ଲକ୍ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ପଞ୍ଚଯାତର ସରପଂଚ, ସମିତିସଭ୍ୟ ଏବଂ ୱାର୍ଡ ସଭ୍ୟ / ସଭ୍ୟା ଅଣେଦେଖାକୁ ନେଇ ଅଭିଯୋଗ ହୋଇଛି । ସୂଚନା ମୁତାବକ ମଙ୍ଗଳପୁର ପଞ୍ଚାୟତର ତେଲିବାହାଳୀ ଠାରେ “ କଳିଙ୍ଗନଗର ମହୋତ୍ସବ ” ଆସନ୍ତା ୨ ତାରିଖ ଠାରୁ ଅନୁଷ୍ଠିତ ହେବାକୁ ଯାଉଛି । ଯାହାର ତେଲିବାହାଳୀ ଠାରେ ମା ମହାପାଟ୍ଟଙ୍କ ନିକଟରେ ପୂଜାର୍ଚ୍ଚନା ହୋଇଥିଲା । କାର୍ଯ୍ୟକ୍ରମରେ ଦାନଗଦି ଏବଂ ସୁକିନ୍ଦା ବ୍ଲକ୍ର କେତେ ଜଣ ଜନ ପ୍ରତିନିଧି ଉପସ୍ଥିତି ଥିଲେ । ସରପଞ୍ଚ ବାବୁଲି ନାତିଆ କହିଛନ୍ତି ଯେ , ସେ କଳିଙ୍ଗନଗର ମହୋତ୍ସବକୁ ସ୍ୱାଗତ କରୁଛନ୍ତି ! କିନ୍ତୁ ପଞ୍ଚାୟତ ର ଜନ ପ୍ରତିନିଧି ମାନଙ୍କୁ ସଂପୂର୍ଣ୍ଣ ଭାବରେ ଅଣଦେଖା କରି ମହୋତ୍ସବ କାର୍ଯ୍ୟକ୍ରମ କରୁଛନ୍ତି , ଏହା ମଙ୍ଗଳପୁର ପଞ୍ଚାୟତର ଜନସାଧାରଣଙ୍କୁ ଅପମାନ ବୋଧ ହେଉଛି । ଯଦି ଏହିପରି ଉଦ୍ଦେଶ୍ୟମୂଳକ ଭାବରେ ଅଣଦେଖା ଏବଂ ଅପମାନ ମୂଳକ ଭାବରେ କାର୍ଯ୍ୟକ୍ରମ କରାଯାଏ, ତେବେ ଏହି କାର୍ଯ୍ୟକ୍ରମ ନିମନ୍ତେ ଅବଶ୍ୟ ବିରୋଧ ଭାବ ସୃଷ୍ଟି ହେବାକୁ ଯାଉଛି । ଯଦି ଏହି ମହୋତ୍ସବ କାର୍ଯ୍ୟକ୍ରମ କ୍ଷେତ୍ରରେ ମଙ୍ଗଳପୁର ବାସୀଙ୍କର ଦାବୀକୁ ଯଥା ସମୟରେ ବିଚାର କରି ପଦକ୍ଷେପ ଗ୍ରହଣ ନକରିଲେ ଜ ନପ୍ରତିନିଧି ଏବଂ ଜନସାଧାରଣ ମହୋତ୍ସବ ସ୍ଥାନରେ ଗଣଧାରଣାରେ ବସି ରହିବେ ବୋଲି ଚେତାବନୀ ଦେଇଛନ୍ତି । ଅଭିଯୋଗ ପତ୍ରର ନକଲକୁ ଓଡିଶା ର ମୁଖ୍ୟମନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ତଥା ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ, ଜିଲ୍ଲା ଆରକ୍ଷୀ ଅଧକ୍ଷକ, ଯାଜପୁର ଜିଲ୍ଲାପାଳ, ବିଡିଓ ଦାନଗଦି, ତହସିଲଦାର ଦାନଗଦି ଓ ଜଖପୁରା ଥାନ ର ଭାରପ୍ରାପ୍ତ ଅଧିକାରୀଙ୍କୁ ଡାକ ମାଧ୍ୟମରେ ପ୍ରେରଣ କରିଥିବା ସୂଚନା ଦେଇଛନ୍ତି ମଙ୍ଗଳପୁର ପଞ୍ଚାୟତର ସରପଞ୍ଚ ।
ମଙ୍ଗଳପୁର ପଞ୍ଚାୟତରେ କଳିଙ୍ଗ ନଗର ମହୋତ୍ସବ ପୂଜାର୍ଚ୍ଚନାରେ ସ୍ଥାନୀୟ ସରପଞ୍ଚ ଓ ସମିତିସଭ୍ୟଙ୍କୁ ଅଣଦେଖା ନେଇ ଅଭିଯୋଗ !!!

