ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲା କଂଗ୍ରେସ ତରଫରୁ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ ! ଏହି ପୁଣ୍ୟତିଥିରେ ପ୍ରିୟ ନେତା ରାହୁଲ ଗାନ୍ଧୀଙ୍କ ଐତିହାସିକ ଭାରତଯୋଡୋ ଯାତ୍ରା ଉଦଯାପନୀ ଉତ୍ସବ ରେ ଶ୍ରୀନଗର ଲାଲଫୋର୍ଟ ଠାରେ ଜାତୀୟ ପତାକା ଉତ୍ତୋଳନ ସମୟରେ ଦେଶର ପ୍ରତ୍ୟେକ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ ହେବା ପାଇଁ ଏଆଇସିସି ନିର୍ଦ୍ଦେଶ ପରିପ୍ରେକ୍ଷୀରେ ନୟାଗଡ଼ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ ଠାରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି ! ପିସିସି ପର୍ଯ୍ୟବେକ୍ଷକ ମନୋରଞ୍ଜନ ଦାଶ, ଜିଲ୍ଲା କଂଗ୍ରେସ ସଭାପତି ଆଇନଜୀବି ରଣଜିତ ଦାଶ ଜାତୀୟ ପତାକା ଉତ୍ତୋଳନ କରିଥିବା ସମୟରେ ଗାନ୍ଧିଜୀଙ୍କ ତିରୋଧାନ ଦିବସ ପାଳନ କରାଯାଇଥିଲା ! ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ନବଦାସଙ୍କ ଅକାଳ ବିୟୋଗ ପାଇଁ ଜାତୀୟ ପତାକାକୁ ଅର୍ଦ୍ଧ ନମିତ ରଖାଯାଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଅମର ଆତ୍ମାର ସଦଗତି କାମନା କରି ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ଏହି କାର୍ଯ୍ୟକ୍ରମରେ ଦଳର କାର୍ଯ୍ୟକର୍ତା ଏବଂ ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇଥିଲେ l
ମହାତ୍ମା ଗାନ୍ଧୀଙ୍କ ତିରୋଧାନ ଦିବସ ପାଳିତ : ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ବିୟୋଗରେ ଜିଲ୍ଲା କଂଗ୍ରେସ ର ଶୋକ !!!

