ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲା ଇଟାମାଟି ଥାନା ଅଧୀନସ୍ଥ ସୁନାନଟି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି । ଏଲ୍.ପି.ଜି ଗ୍ୟାସ ଲାଇନ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି । ନୟାଗଡ ଜିଲ୍ଲାରେ ଗେଲ୍ ଇଣ୍ଡିଆ ପାଇପ୍ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ କମ୍ପ୍ରେସର ମେସିନ୍ ଫାଟି ଯିବାରୁ ୨ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି । ମୃତକ ଦୁଇ ଜଣ ମହାରାଷ୍ଟ୍ରର ବିଜୟ ଗାଙ୍ଗୁଲି ଓ ସୋନୁ ବୋଲି ଜଣା ପଡିଛି । ଅନ୍ୟ ୩ ଜଣ ଗୁରୁତର ଅବସ୍ଥାରେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ସେମାନେ ହେଲେ ମହାରାଷ୍ଟ୍ରର ମୋରିଆର ରାମ ସିଂ ଉତସିଂ,ଉତ୍ତର ପ୍ରଦେଶର ସୁନିଲ କୁମାର, ୟୁ ପଟେଲ୍ । ଘଟଣା ସ୍ଥଳରେ ଇଟାମାଟି ପୋଲିସ୍ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣା ସ୍ଥଳକୁ ଯାଞ୍ଚ କରୁଥିବାର ସୂଚନା ମିଳିଛି । ବିସ୍ଫୋରଣ ସମୟରେ ଖୁବ ଜୋରରେ ଶବ୍ଦ ହୋଇଥିବାର ପାଖାପାଖି ଲୋକ କହିଛନ୍ତି ।
ସୁନାନଟି ରେ କମ୍ପ୍ରେସର ବିସ୍ଫୋରଣ : ୨ ମୃତ ଓ ୩ ଗୁରୁତର !!!

