ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ଼ ଜିଲ୍ଲାରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ବ୍ୟାପକ ଅନିୟମିତତା ଅଭିଯୋଗ, ଏହାର ପ୍ରତିବାଦରେ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ! ଅଭିଯୋଗ ଅନୁଯାୟୀ ପ୍ରସ୍ତୁତ କରାଯାଇଥିବା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ଅନେକ ଯୋଗ୍ୟ ହିତାଧିକାରୀ ବାଦ ପଡିଥିବା ବେଳେ ଅନେକ ଅଯୋଗ୍ୟ ହିତାଧିକାରୀଙ୍କ ନାଁ ଥିବା ଜଣାଯାଇଛି ! ବିଶେଷ କରି ଓଡ଼ଗାଁ ଏବଂ ନୟାଗଡ଼ ବ୍ଲକରେ ଶହ ଶହ ଅଯୋଗ୍ୟ ହିତାଧିକାରୀଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ନାଁ ରହିଥିବାରୁ, ଯୋଗ୍ୟ ହିତାଧିକାରୀ ପକ୍କା ଘର ଖଣ୍ଡେ ପାଇଁ ବର୍ଷ ବର୍ଷ ଧରି ଅପେକ୍ଷା କରିବା ପାଇଁ ପଡୁଛି ! ଜିଲ୍ଲା ପ୍ରଶାସନ ନିକଟରେ ବିଜେପି ପକ୍ଷରୁ ଏନେଇ ଅଭିଯୋଗ ହୋଇଛି, ଦଳୀୟ ଭିତିରେ ବିଜେଡି ନେତା ମାନେ ପଞ୍ଚାୟତରେ ସରକାରୀ କର୍ମଚାରୀଙ୍କୁ ହାତେଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ତାଲିକାରେ ଅଯୋଗ୍ୟ ହିତାଧିକାରୀଙ୍କ ନାଁ ରଖିଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଛି ! ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ଵଚ୍ଛତା ପାଇଁ ଅଯୋଗ୍ୟ ହିତାଧିକାରୀଙ୍କ ନାଁ ତାଲିକାରୁ କାଟି ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦେବାକୁ ନୟାଗଡ଼ ବିଜେପି ପକ୍ଷରୁ ଜିଲ୍ଲାପାଳଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ! ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ରାଜନୀତି ନ କରି ଯୋଗ୍ୟ ହିତାଧିକାରୀଙ୍କୁ ପକ୍କା ଘର ଯୋଗାଇ ଦେବା ପାଇଁ ଦାବି କରିଛନ୍ତି ବିଜେପି ନେତ୍ରୀ ଇରାନୀ ରାୟ ! ସେପଟେ ଜିଲ୍ଲାପାଳ କହିଛନ୍ତି, ଅଭିଯୋଗ ପ୍ରତି ଗୁରୁତ୍ୱ ଦିଆଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ! କୌଣସି ଅଯୋଗ୍ୟ ବ୍ୟକ୍ତିଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସାମିଲ କରାଯିବ ନାହିଁ, ଯୋଗ୍ୟ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପକ୍କା ଘର ଯୋଗାଇ ଦିଆଯିବ ! ରାଜ୍ୟ ବିଜେପିର ନିଷ୍ପତି କ୍ରମେ ରାଜ୍ୟର ସମସ୍ତ ଜିଲ୍ଲାରେ ପ୍ରତିବାଦ , ବିକ୍ଷୋଭ ଜାରି ରହିଥିବା ସମୟରେ ଦାବୀ ପ୍ରତି ପ୍ରଶାସନ ଅଣଦେଖା କଲେ ଆଗାମୀ ଦିନରେ ଜୋରଦାର ପ୍ରଦର୍ଶନ ହେବ ବୋଲି ସୂଚନା ମିଳିଛି !

