ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ସତସଙ୍ଗ ସାରି ଘରକୁ ଫେରୁଥିବା ସମୟରେ ଗାଡି ଧକାରେ ମହିଳା ମୃତ ! ନୟାଗଡ଼ ଥାନା ଅନ୍ତର୍ଗତ ବୃନ୍ଦାବନପୁର ଗ୍ରାମରେ ଘଟିଛି ଏହି ଦୁର୍ଘଟଣା l ବୃନ୍ଦାବନପୁର ଗ୍ରାମର ଉମାରାଣୀ ଦେଇ ନାମକ ମହିଳା ଗ୍ରାମ ନିକଟସ୍ଥ ସତସଙ୍ଗ କେନ୍ଦ୍ରରୁ ଘରକୁ ଫେରୁଥିବା ସମୟରେ ଇଟାମାଟିରୁ ନୟାଗଡ ଅଭିମୁଖେ ଯାଉଥିବା ( CG 07 CC 6274 ) ନମ୍ବର ବିଶିଷ୍ଟ ବୋଲେରୋ ପିକଅପ ଭ୍ୟାନ ତାଙ୍କୁ ଜୋର ରେ ଧକା ଦେଇଥିଲା ! ଯାହା ଫଳରେ ମହିଳା ଜଣକ ସେଇଠାରେ ରକ୍ତାକ୍ତ ହୋଇ ପଡି ଯାଇଥିଲେ l ବୃନ୍ଦାବନପୁର ଗ୍ରାମର ଲୋକ ସେଠାରେ ପହଞ୍ଚି ମହିଳାଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନେଇ ଯାଇଥିଲେ ! ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ l ମୃତ ମହିଳାଙ୍କ ପୁଅ ସତ୍ୟନାରାୟଣ ଜେନା , ଗାଡି ଡ୍ରାଇଭର ର ବେପରୁଆ ଗାଡି ଚାଳନାରେ ଏଭଳି ଦୁର୍ଘଟଣା ଘଟିଛି ବୋଲି ନୟାଗଡ ଟାଉନ ଥାନାରେ ଅଭିଯୋଗ କରିଛନ୍ତି l ଏହି ଅଭିଯୋଗ ପରେ ଥାନା ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଛି !
ସତସଙ୍ଗ ସାରି ଘରକୁ ଫେରୁଥିବା ସମୟରେ ଗାଡି ଧକାରେ ମହିଳା ମୃତ !!!

