ଡକ୍ଟର ତିରୁପତି ପାଣିଗ୍ରାହୀଙ୍କ ନେତୃତ୍ୱରେ ପରିଚାଳନା କମିଟି ନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଓଡ଼ିଶା ରାଜ୍ୟ ତାଳଗୁଡ଼ ସମବାୟ ସଙ୍ଘ ଲିଃ ଭୁବନେଶ୍ୱର ର ପରିଚାଳନା କମିଟି ନିର୍ବାଚନ ନିମନ୍ତେ ଆର ଉଦୟଗିରି ରାଜସ୍ବ ବଙ୍ଗଳା ଠାରେ ବରିଷ୍ଠ ନେତା ତଥା ହାଇଟେକ ଗୃପ ର ଅଧ୍ୟକ୍ଷ ଡକ୍ଟର ତିରୁପତି ପାଣିଗ୍ରାହୀଙ୍କ ନେତୃତ୍ୱରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସ୍ୱାସ୍ଥ୍ୟ ଗତ ଦୃଷ୍ଟି ରୁ ଦେଶରେ ତାଳ ଗୁଡ଼ ବ୍ୟବହାର କରିବା ବୃଦ୍ଧି ପାଉଛି । ଚାଷି ମାନେ କିପରି ତାଳ ଗୁଡ଼ ଅଧିକ ଉତ୍ପାଦନ କରି ପାରିବେ ସେ ସମ୍ପର୍କରେ ଧ୍ୟାନ ଦିଆଯିବା ଦରକାର ବୋଲି ଗୁରୁତ୍ୱାରୋପ କରାଯାଇଥିଲା । ଏହି ଅବସରରେ ଏସ ଡି ସି ଉପାଧ୍ୟକ୍ଷ ଧନେଶ୍ୱର ଭୂୟାଁ, ଏସ ଡି ସି ମେମ୍ବର ଜେମସ୍ ରାଇକା, ବରିଷ୍ଠ ସମାଜ ସେବୀ ଜଗବନ୍ଧୁ ଦାସ ଏବଂ ତାଳ ଗୁଡ଼ ସମବାୟ ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *