ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟର ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ !!!

Spread the love

ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଦୁଇ ଦିନ ଧରି ଚାଲିଥିବା କ୍ରୀଡ଼ା ପ୍ରତିଯୋଗିତା ଉଦଯାପିତ ହୋଇଯାଇଛି । ଗଜପତି ଜିଲ୍ଲାର ଐତିହ୍ୟ ସମ୍ପନ୍ନ ମହାବିଦ୍ୟାଳୟ ତଥା ଓଡ଼ିଶାର ସବୁଠାରୁ ପୁରାତନ ମହାବିଦ୍ୟାଳୟ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ମହାରାଜା ସ୍ୱୟଂ ଶାସିତ ମହାବିଦ୍ୟାଳୟର 59 ତମ କ୍ରୀଡ଼ା ଉତ୍ସବ ପାଳନ କରିଅଛି । ଏହି ଉତ୍ସବରେ ଇଂରାଜୀ ଅଧ୍ୟାପକ ରାମହରି କାର୍ଜିଙ୍କ ନେତୃତ୍ୱରେ ଛାତ୍ର ଛାତ୍ରୀ ମାନେ କ୍ରୀଡ଼ା ମଶାଲ ଧରି ଖେଳ ପଡ଼ିଆରେ ପ୍ରବେଶ କରିଥିଲେ । ଏହି ଉତ୍ସବର ଉଦଘାଟନୀ ସଭାରେ ମହାବିଦ୍ୟାଳୟ ର ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର ତ୍ରିପାଠୀଙ୍କ ପୌରହିତ୍ୟରେ ଗଜପତି ଜିଲ୍ଲାର ବରିଷ୍ଠ କ୍ରୀଡ଼ାଵିତ କିଶୋର ଚନ୍ଦ୍ର ରଥ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛାତ୍ର ଛାତ୍ରୀ ମାନେ କିପରି ଜାତୀୟ ସ୍ତରରେ କ୍ରୀଡ଼ାରେ ଖ୍ୟାତି ଅର୍ଜନ କରିପାରିବେ ଓ ବିଜୟ ଦକ୍ଷତା ପ୍ରତିପାଦନ କରିପାରିବେ , ସେ ସମ୍ପର୍କରେ ଅବଗତ କରାଇଥିଲେ । ଉକ୍ତ ସଭାରେ ଗଣିତ ବିଭାଗର ଅଧ୍ୟାପକ ସୁବୀର ତୁଙ୍ଗ ସମସ୍ତଙ୍କୁ ସ୍ୱାଗତ କରିବା ସହିତ କ୍ରୀଡ଼ା ଉତ୍ସବରେ ଆଭିମୁଖ୍ୟ ସମ୍ପର୍କରେ ଅବଗତ କରାଇଥିଲେ । ସେହିପରି ମହାବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପକ ଡକ୍ଟର ଜିତେନ୍ଦ୍ର ନାଥ ପଟ୍ଟନାୟକ କ୍ରୀଡ଼ା ମାଧ୍ୟମରେ ମଣିଷ ଉଭୟ ଶାରିରୀକ ଓ ମାନସିକ କ୍ଷେତ୍ରରେ ସୁସ୍ଥ ରଖି ପାରିବ ବୋଲି କହିଥିଲେ । ପରେ ମହାବିଦ୍ୟାଳୟର ଖେଳ ଶିକ୍ଷକ ନିରଞ୍ଜନ ବେହେରା ଙ୍କ ତତ୍ୱାବଧାନରେ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଦୌଡ, ଉଚ୍ଚା ଡିଆଁ, ଲମ୍ବ ଡିଆଁ, ଜାଭଲିନ୍ ଥ୍ରୋ, ଡିସକସ ଥ୍ରୋ, ସଟ୍ ଫୁଟ୍, ମିଉଜିକ ଚେୟାର ଇତ୍ୟାଦି ଖେଳ ଅନୁଷ୍ଠିତ ହୋଇଥିଲା । ଉକ୍ତ କ୍ରୀଡ଼ାର ଅନ୍ତିମ ପର୍ଯ୍ୟାୟ ତଥା ଉଦଯାପନୀ ଉତ୍ସବରେ ପାରଳାଖେମୁଣ୍ଡି ପୌର ପରିଷଦ ଅଧ୍ୟକ୍ଷା ନିର୍ମଳା ସେଠୀ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସ।ହିତ କରିବା ସହିତ ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାରେ ସଫଳ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ । ଉକ୍ତ ଉଦଯାପନୀ ସଭାରେ ଡକ୍ଟର ଚନ୍ଦ୍ର ଶେଖର ଦାସ ସମସ୍ତ ଙ୍କୁ ସ୍ୱାଗତ କରିଥିବା ବେଳେ ଇଂରାଜୀ ଅଧ୍ୟାପିକା କୋମଳ ଶିଖା ମଲ୍ଲିକ, ଛାତ୍ର ଛାତ୍ରୀ, କ୍ରୀଡ଼ାଵିତ, ପ୍ରତିଯୋଗୀ ବିଭିନ୍ନ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ରୁ ଆସିଥିବା କ୍ରୀଡ଼ା ଶିକ୍ଷକ ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି ଦୁଇ ଦିନିଆ କ୍ରୀଡ଼ା ଉତ୍ସବରେ ମହାବିଦ୍ୟାଳୟ ର ସମସ୍ତ ଅଧ୍ୟାପକ , ଅଧ୍ୟାପିକା ଡକ୍ଟର ରମାକାନ୍ତ ସାମଲ, ରାଧାକାନ୍ତ ଭୂୟାଁ, ଧୃବଚରଣ ସେଠୀ , ସ୍ନେହପ୍ରଭା ପଣ୍ଡା, ପି ନିରଜା, ନିବେଦିତା ସାମଲ , ସଞ୍ଜୟ କୁମାର ସାହୁ, ଵୈଦ୍ୟନାଥ ଦାସ, ସୁବାଷ ଖୁଣ୍ଟିଆ, ଶୁଭ୍ରାଂଶୁ ସାହୁ, ସୁଜାତା ଗୋମାଙ୍ଗ, ତ୍ରିପତି ମୁର୍ମୁ, ସୁମନ୍ତ ବେହେରା, ସୁକାନ୍ତ ବେହେରା ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ କରିଥିଲେ ।

 

 

Leave a Reply

Your email address will not be published. Required fields are marked *