କେନ୍ଦ୍ରାପଡା ( ଆୱାଜ ମିଡ଼ିଆ ) – ପ୍ରଫୁଲ୍ଲ କୁମାର ମଲ୍ଲ : ରକ୍ତର ଅଭାବ ଦୂର କରିବା ନିମନ୍ତେ , ଓଡ଼ିଶା ଜନସେବା ସଂଗଠନ ତରଫରୁ ଚଣ୍ଡିବଜାର ଠାରେ ଜୀବନ ସଂଚାର ଅଭିଯାନ ମାଧ୍ୟମରେ ଏକ ବିଶାଳ ରକ୍ତଦାନ ଶିବିରର ଆୟୋଜନ କରାଯାଇଥିଲା । ସଂଗଠନର ସଭାପତି ଶୋଭନ ଆଚାର୍ଯ୍ୟଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି ଶିବିରରେ ୫୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଏହି ରକ୍ତଦାନ ଶିବିରକୁ ମୁଖ୍ୟ ଅତିଥି କନକ ଟିଭିର ଚିଫ୍ ପ୍ରଡ୍ୟୁସର ସ୍ମୃତି ରଂଜନ ବେହେରା, ସମ୍ମାନୀତ ଅତିଥି ରାମଚଣ୍ଡୀ ପ୍ରସାଦ ରଣସିଂହ ଯୋଗଦେଇ ଉଦଘାଟନ କରିଥିବା ବେଳେ ବିଜେପି ନେତା କିଶୋର ପଣ୍ଡା, ଭୂବନ ମୋହନ ଜେନା, ତେଜେଶ୍ବର ପରିଡ଼ା, ବିକ୍ରମ ରାଉତରାୟ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

ସଂଗଠନର ଜିଲ୍ଲା ପ୍ରମୁଖ ବିକାଶ ସ୍ବାଇଁ, ସିମାଦ୍ରୀ ପରିଡା, କେଶବ ମିଶ୍ର, ଧୀରେନ୍ଦ୍ର ଶତପଥୀ, ଭରତ ଜେନା, ଦୀପକ ଚୌଧୁରୀ, ଆଲୋକ ସାହୁ, ସସ୍ମିତା ସ୍ବାଇଁ, ସନ୍ଦୀପ ଦାସ ପ୍ରମୁଖ ଏହି କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ । ଚଣ୍ଡିବଜାର କମିଟି ତରଫରୁ ପ୍ରମୋଦ ମଲ୍ଲ, ପ୍ରଶାନ୍ତ ଓଝା, ପ୍ରତାପ ପଣ୍ଡା ପ୍ରମୁଖ ଶିବିର ପରିଚାଳନା ରେ ସହଯୋଗ କରିଥିଲେ । ଯୁବସମାଜ ଏହିପରି ଜନକଲ୍ୟାଣ କାର୍ଯ୍ୟରେ ଆଗଭର ହେବାକୁ ସଂଗଠନର ସଭାପତି ଶ୍ରୀ ଆଚାର୍ଯ୍ୟ ଆହ୍ବାନ କରିଥିବା ବେଳେ ଏହିଭଳି ଜନ ହିତକର ପ୍ରୟାସ ବାରମ୍ବାର କରାଯିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି ।

