ଫେବୃଆରୀ ୨୧ ରୁ ୨୪ ରିଖ ପର୍ଯ୍ୟନ୍ତ ଦକ୍ଷିଣକାଳୀ ପଡ଼ିଆରେ ଅନୁଷ୍ଠିତ ହେବାକୁ ଯାଉଛି ଜିଲ୍ଳା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ନୟାଗଡ ଜିଲ୍ଲାପାଳ ଏକ ପ୍ରେସମିଟ ଜରିଆରେ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉପରେ ଏକ ବିବରଣୀ ପ୍ରଦାନ କରିଛନ୍ତି । ଏଥିରେ କୃଷକ ମାନେ କିପରି କୃଷି ଯନ୍ତ୍ରପାତି କିପରି ସୁଲଭ ଦରରେ କିଣି ପାରିବେ ତାହା ଉପରେ ଆଲୋକପାତ କରିଥିଲେ । ନୟାଗଡ଼ ଦକ୍ଷିଣକାଳୀ ପଡ଼ିଆରେ ଫେବୃଆରୀ ୨୧ ରୁ ୨୪ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଅନୁଷ୍ଠିତ ହେବାକୁ ଯାଉଛି । ଚାଷୀ ଭାଇ ଓ ଭଉଣୀ ତଥା ସ୍ବୟଂ ସହାୟକ ଗୋଷ୍ଠୀ, କୃଷକ ଉତ୍ପାଦନ ସଂଗଠନ (FPO) ମାନଙ୍କର କୃଷି ଏବଂ ଆନୁସଂଗିକ କାର୍ଯ୍ୟ ନିମନ୍ତେ ଆବଶ୍ୟକ ହେଉଥିବା ସମସ୍ତ ପ୍ରକାର କୃଷି ଯନ୍ତ୍ରପାତି ସରକାରୀ ରିହାତି ମୂଲ୍ୟରେ ଯୋଗାଇ ଦେବା ଏହି କୃଷି ମେଳାର ଲକ୍ଷ୍ୟ । ଉକ୍ତ ମେଳାରେ ସମସ୍ତ କୃଷି ଯନ୍ତ୍ରପାତି ବିକ୍ରେତା ,ଉତ୍ପାଦନକାରୀ ସଂସ୍ଥା, କୃଷି ଋଣ ପ୍ରଦାନକାରୀ ସଂସ୍ଥା, କୃଷି ଏବଂ ଆନୁସଂଗିକ ବିଭାଗର ଅଧିକାରୀ, କର୍ମଚାରୀ ତଥା ମିଶନ ଶକ୍ତି, ଓଡ଼ିଶା ଜିବୀକା ମିଶନ, ଓଡ଼ିଶା କୃଷି ପ୍ରୋତ୍ସାହନ ଏବଂ ପୁଞ୍ଜି ଲଗାଣ ଲି , ଓଡ଼ିଶା କୃଷି ଶିଳ୍ପ ନିଗମ ଲିଃ ତଥା ପଞ୍ଚାୟତରାଜ ସଂସ୍ଥାମାନେ ଉପସ୍ଥିତ ରହି କୃଷି କାର୍ଯ୍ୟନିମନ୍ତେ ଆବଶ୍ୟକ ହେଉଥିବା ସମସ୍ତ ପ୍ରକାର ଯନ୍ତ୍ରପାତି ଏବଂ ଉପକରଣ ରିହାତି ମୂଲ୍ୟରେ ସହଜରେ ଚାଷୀମାନଙ୍କୁ ଯୋଗାଇବାର ବ୍ୟବସ୍ଥା ରହିଛି । ବ୍ୟବସ୍ଥା ଅନୁଯାୟୀ ସାଧାରଣ ବର୍ଗର ଚାଷୀଙ୍କ ପାଇଁ ଶତକଡ଼ା ୪୦ ଭାଗ, ଅନୁସୂଚିତଜାତି, ଜନଜାତି ,ମହିଳା, କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କ ପାଇଁ ଶତକଡ଼ା ୫୦ ଭାଗ ଏଵଂ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀ ମାନଙ୍କ ଲାଗି ଶତକଡ଼ା ୭୫ ଭାଗ ରିହାତି ର ବ୍ୟବସ୍ଥା ରହିଛି। ଏହା ସହ କୃଷି କାର୍ଯ୍ୟରେ ବ୍ୟବହାର ହେଉଥିବା ବିଭିନ୍ନ ପ୍ରକାର କୃଷି ଯନ୍ତ୍ରପାତିର ଆବଶ୍ୟକତା , ବ୍ୟବହାର, ରକ୍ଷଣାବେକ୍ଷଣ , ସରକାରୀ ରିହାତି ତଥା ନୂତନ କୃଷି ଯନ୍ତ୍ରପାତି ସମ୍ବନ୍ଧୀୟ ଜ୍ଞାନ କୌଶଳ ସମ୍ବନ୍ଧରେ ତାଲିମ ପାଠଶାଳା ମାଧ୍ୟମରେ ପ୍ରତିଦିନ ୧୦୦ ଚାଷୀଙ୍କୁ ନେଇ ସଚେତନ କାର୍ଯ୍ୟକ୍ରମର ବ୍ୟବସ୍ଥା ରହିଛି । ଏଥିସହ ବିଭିନ୍ନ କୃଷିଭିତ୍ୟିକ ଯୋଜନା ଯଥା – ଓଡ଼ିଶା ମିଲେଟ୍ ମିଶନ, ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା, ଜଳନିଧି, ସୌର ଜଳନିଧି ଇତ୍ୟାଦି ଯୋଜନା ସମ୍ବନ୍ଧରେ ସଚେତନତା କରାଯିବାର ବ୍ୟବସ୍ଥା ରହିଛି । ନିର୍ଦ୍ଧାରିତ ସରକାରୀ ରିହାତିରେ କୃଷି ଯନ୍ତ୍ରପାତି କ୍ରୟ ନିମନ୍ତେ ଅଗ୍ରୀମ ତତ୍‌କାଳ ବୁକିଂ ଜାରି ରହିଅଛି ।

Leave a Reply

Your email address will not be published. Required fields are marked *