ଛାତ୍ରଛାତ୍ରୀ ଙ୍କ ଆଖିରେ ଲୁହ ଭରିଦେଲା ପ୍ରଧାନ ଶିକ୍ଷୟତ୍ରୀଙ୍କ ଅବସର !!!

0
176

ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଶିକ୍ଷା ବିନା ଜୀବନ ଅନ୍ଧକାର , ଆଉ ଯେଉଁମାନେ ଅନ୍ଧାର ରୁ ଆଲୋକ ପଥ ଦେଖାନ୍ତି ସେ ହେଉଛନ୍ତି ଗୁରୁ । ଶିକ୍ଷକ ହେଉଛି ପୃଥିବୀ ର ମେରୁଦଣ୍ଡ । ହଁ ଦର୍ଶକ ବନ୍ଧୁ ଆମେ ସେହି ଶିକ୍ଷୟତ୍ରୀଙ୍କ କଥା କହୁଛୁ ଯିଏ ଦୀର୍ଘ ୩୫ ବର୍ଷ ହେବ ଶିକ୍ଷାଦାନ କରି ଆଜି ଅବସର ନେଉଛନ୍ତି । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଶିକ୍ଷା ବିଭାଗ ଅଧିନସ୍ଥ ଅସୁରେଶ୍ଵର ପଞ୍ଚାୟତରେ ଥିବା ପାଇକରାପୁର ପ୍ରାଥମିକ ବିଦ୍ୟାଳୟ ଯେଉଁଠି ଦୀର୍ଘ ବର୍ଷ ହେବ ପ୍ରଧାନ ଶିକ୍ଷୟତ୍ରୀ ରୁପେ କାର୍ଯ୍ୟ କରି ଆସୁଥିଲେ ଶ୍ରୀମତୀ ମନୋରମା ଦେବୀ । ମନୋରମା ଦେବୀ ସମସ୍ତ ଛାତ୍ରଛାତ୍ରୀ ମାନଙ୍କୁ ନିଜର ପିଲା ଭଳି ଦେଖୁଥିଲେ । ସେ ତାଙ୍କ ର ଚାକିରି ରୁ ଅବସର ନେଇଛନ୍ତି । ଏହି ଅବସରରେ ବିଦ୍ୟାଳୟ ପରିସରରେ ନିଆରା ଢ଼ଙ୍ଗରେ ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀ ମାନେ ତାଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦେଇଛନ୍ତି । ଏହି ଅବସରକାଳୀନ ସଭା ରେ ଅତିଥି ରୁପେ ଅସୁରେଶ୍ଵର ଗ୍ରାମ ପଞ୍ଚାୟତ ସରପଞ୍ଚଙ୍କ ପ୍ରତିନିଧି ଅନନ୍ତ କୁମାର ଦାସ ଯୋଗଦେଇ ପ୍ରଧାନ ଶିକ୍ଷୟତ୍ରୀ ଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନୀତ କରିବା ସହିତ ତାଙ୍କ ଦୀର୍ଘାୟୁ କାମନା କରିଥିଲେ । ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ବାଜା ବଜେଇ ଦୀପ ଧୂପ ଦେଇ ବନ୍ଦାପନା କରି ଫୁଲହାର ଦେଇ ସମ୍ବର୍ଦ୍ଧନା କରିଥିଲେ । ବିଦ୍ୟାଳୟର ସହ ଶିକ୍ଷୟତ୍ରୀ ମନସ୍ବିନୀ ମିଶ୍ର ଶିକ୍ଷୟତ୍ରୀ ଉଦେଶ୍ୟ ରେ ତାଙ୍କ ହୃଦୟ ରୁ ଲେଖା କବିତା ପଠନ କରିଥିଲେ । ସିଆରସିସି ଅଲେଖ ବାରିକ, ମହମ୍ମଦ ୱଜିତୀ, ମହା ମେଘ ବାହନ ସ୍ବାଇଁ, ଶିକ୍ଷକ ଲକ୍ଷ୍ମଣ ସିଂଙ୍କୁ, ଶିକ୍ଷୟତ୍ରୀ ଶୁଭଶ୍ରୀ ଷଡ଼ଙ୍ଗୀ ପ୍ରମୁଖ ପ୍ରଧାନ ଶିକ୍ଷୟତ୍ରୀ ଙ୍କ ଗୁଣଗାନ କରିଥିଲେ । ଛାତ୍ରଛାତ୍ରୀ ମାନେ ନିଜ ପ୍ରଧାନ ଶିକ୍ଷୟତ୍ରୀ ତାଙ୍କୁ ଛାଡି ଚଲିଯାଉ ଥିବାରୁ ଦୁଃଖ ପ୍ରକାଶ କରିଛନ୍ତି ।

LEAVE A REPLY

Please enter your comment!
Please enter your name here