ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ବିଶିଷ୍ଟ ଗାନ୍ଧୀବାଦୀ ଓ ସର୍ବୋଦୟ ନେତା ଡ. ଏସ୍ ଏନ୍ ସୁବାରାଓ ଙ୍କ ଜୟନ୍ତୀ ଅବସରରେ ରକ୍ତଦାନ ଶିବିର ଏବଂ ସର୍ବଧର୍ମ ପ୍ରାର୍ଥନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରାଜଧାନୀ ଡାକ୍ତରଖାନା ରକ୍ତ କେନ୍ଦ୍ର ରେ ଆୟୋଜିତ ରକ୍ତଦାନ ଶିବିରକୁ ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟ ଉଦଘାଟନ କରିଥିଲେ । ରାଜଧାନୀ ରକ୍ତ କେନ୍ଦ୍ର ନିର୍ଦ୍ଦେଶକ ଡ ଦେବାଶିଷ ମିଶ୍ର ଏବଂ ପ୍ରଫେସର ରଘୁନାଥ ମଣ୍ଡଳ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ହରେକୃଷ୍ଣ ମହାନ୍ତି, ବିଭୂତି ଭୂଷଣ ସାହୁ, ରାଜେନ୍ଦ୍ର ନାୟକ ଶିବିର ପରିଚାଳନା କରିଥିଲେ । ଶିବିରରୁ ୧୫ ୟୁନିଟ ରକ୍ତ ସଂଗୃହୀତ ହୋଇଥିଲା । ସର୍ବଧର୍ମ ପ୍ରାର୍ଥନା କାର୍ଯ୍ୟକ୍ରମ ରେ ଜାତୀୟ ଯୁବ ପ୍ରକଳ୍ପ ରାଜ୍ୟ ସଭାପତି ସୂର୍ଯ୍ୟ ରଥ, ଶ୍ରୀ ସୋମ, ବିକ୍ରମ ମହାପାତ୍ର, ଦେବଯାନୀ ଦାସ, ସତ୍ୟବ୍ରତ ପ୍ରଧାନ, ମନୋରଞ୍ଜନ ନାୟକ ,ହର ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗଦେଇ ସ୍ମୃତି ଚାରଣ କରିଥିଲେ ।
ଡ଼. ସୁବାରାଓ ଙ୍କ ଜୟନ୍ତୀ ରେ ରକ୍ତଦାନ ଶିବିର !!!

