ହକ ପାଇଁ କଟକ ମହାନଗର ନିଗମକୁ ଘେରିଲେ ସଫେଇ କର୍ମଚାରୀ ମହାସଂଘ !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ନିଜ ହକ ପାଇଁ କଟକ ମହାନଗର ନିଗମକୁ ଘେରିଲେ ସଫେଇ କର୍ମଚାରୀ ମହାସଂଘ ! ସାଧାରଣ ଜନତାଙ୍କୁ ଉତ୍ତମ ସେବା ଯୋଗାଇବା ପାଇଁ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ମାତ୍ର ସାଧାରଣ ଜନତାଙ୍କୁ ସ୍ୱଚ୍ଛ ପରିବେଶ ଯୋଗାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ଚତୁର୍ଥ ଶ୍ରେଣୀ କର୍ମଚାରୀ ଆଜି ଅବହେଳିତ ! ସ୍ଵଚ୍ଛତା ପାଇଁ ଠିକା ସଂସ୍ଥା ମାନଙ୍କୁ ନିୟୋଜିତ କରାଯାଇଥିବା ବେଳେ, ସଫେଇ କର୍ମଚାରୀ ମାନଙ୍କୁ ଦୁଇ ବେଳା କାର୍ଯ୍ୟରେ ନିୟୋଜିତ କରିବାକୁ ମହାସଂଘ ବିରୋଧ କରିଛି । କଟକ ମହାନଗର ନିଗମରେ କାର୍ଯ୍ୟରତ ଅସ୍ଥାୟୀ ସଫେଇ କର୍ମଚାରୀ ମାନଙ୍କୁ ଦୁଇ ବେଳା ବଦଳରେ ଗୋଟେ ବେଳା କାର୍ଯ୍ୟରେ ନିୟୋଜିତ କରାଇବା ଏବଂ ସଫେଇ କର୍ମଚାରୀ ମାନଙ୍କ ମାସିକ ବେତନ କୁ ମହାନଗର ନିଗମର କିଛି ଅସାଧୁ କର୍ମଚାରୀଙ୍କ ଦ୍ୱାରା ହରିଲୁଟ ହେଉଥିବା ବିରୁଦ୍ଧରେ ଆଜି ସଫେଇ କର୍ମଚାରୀ ମହାସଂଘ ତରଫରୁ କଟକ ମହାନଗର ନିଗମ କମିଶନରଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି l

Leave a Reply

Your email address will not be published. Required fields are marked *