ନିଶ୍ଚିନ୍ତକୋଇଲି ( ଆୱାଜ ମିଡ଼ିଆ ) – ଡମ୍ବରୁଧର ବେହେରା : ଓଡ଼ିଶା ଏକ ସଂସ୍କୃତି ଐତିହ୍ୟ ପରମ୍ପରା ର ରାଜ୍ୟ ହେଲେ ମଧ୍ୟ ଦିନ କୁ ଦିନ ଆଧୁନିକତା ର ପ୍ରାଦୃଭାବ କାରଣରୁ ଲୋପ ହେବାକୁ ବସିଲାଣି ଘୋଡ଼ାନାଚ, ଦାସକାଠିଆ ଏବଂ ପାଲା ଭଳି ପୁରାଣ ବର୍ଣ୍ଣିତ କାର୍ଯ୍ୟକ୍ରମ । ହଁ ଦର୍ଶକ ବନ୍ଧୁ , କିନ୍ତୁ ଏମିତି ଏକ ଗାଁ ଅଛି ଯେଉଁଠି ଦୀର୍ଘ ୨୦୦ ବର୍ଷ ରୁ ଅଧିକ ବର୍ଷ ହେବ ପାଲା ହୋଇଆସୁଛି । ଏହି ପାଲା ହେବା ଉପରେ ମହାନ୍ କଥା ବସ୍ତୁ ଲୁଚି ରହି ଯାଇଛି । ଯାହା ଶୁଣିଲେ ମଧ୍ୟ ବିଶ୍ଵାସ କରିବେ ନାହିଁ ଦର୍ଶକ , କିନ୍ତୁ କଥା ଟି ସତ୍ୟ । ଆମେ କହୁଛୁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ ଅନ୍ତର୍ଗତ ତରତ ପଞ୍ଚାୟତ ଏବଂ ଜମରା ପଞ୍ଚାୟତ ର ମଧ୍ୟସ୍ଥଳ ଦେବରାଳ ଓ ଜମରା ଗ୍ରାମ ରେ ଥିବା ଅଲୌକିକ ପୀଠ ପୂଜାବର କଥା । ଏହି ପୀଠରେ ପାଲା ଆଦିମ କାଳରୁ ହୋଇ ଆସୁଥିଲା ବେଳେ କିଛି ବର୍ଷ ପୂର୍ବେ ଗ୍ରାମବାସୀ ଙ୍କ ମଧ୍ୟରେ ବଚସା ହେବା କାରଣରୁ ପାଲା ହୋଇନଥିଲା ବନ୍ଦ ହୋଇଯାଇଥିଲା ! ଯାହା ଫଳରେ ପାଲା ହେବା ସ୍ଥଳରେ ଥିବା ବରଗଛ ରୁ ଆପେ ଆପେ ଖିର ବୋହିବା ସହିତ ନାଗସାପ ବାହାରି ବୁଲିଥିଲେ । ଗ୍ରାମବାସୀ ମାନେ ଭୟ କରିବା ସହିତ ବରଗଛ ନିକଟରେ କ୍ଷମା ମାଗିଥିଲେ । ଏହାପରେ ପାଲା କରିବା ପରେ ଖିର ବୋହିବା ବନ୍ଦ ହୋଇ ଯାଇଥିଲା । ସେଇ ଗଛରେ ମହାପ୍ରଭୁ ନାରାୟଣ ବାସ କରନ୍ତି ବୋଲି ବିଶ୍ୱାସ କରି ସେଇ ବରଗଛ ମୂଳରେ ଏବେ ନାରାୟଣ ଙ୍କ ପ୍ରତିମୂର୍ତ୍ତି ପୂଜା ପାଉଛନ୍ତି । ସେହି ପୀଠରେ ଗତ ୩ ତାରିଖ ଦିନଠାରୁ ପୂର୍ଣ୍ଣିମା ପଯ୍ୟନ୍ତ ତିନିଦିନ ବ୍ୟାପୀ ବାଦି ପାଲା ଅନୁଷ୍ଠିତ ହୋଇଯାଇଛି । ଏହି ବାଦି ପାଲା ରେ କଟକ ଜିଲ୍ଲା ସମେତ କେନ୍ଦ୍ରାପଡ଼ା, କେନ୍ଦୁଝର ଜିଲ୍ଲା ରୁ ପାଲା ପରିବେଷଣ କରିବାକୁ ଆସିଥିଲେ । ଏହି ପାଲା ଦେଖିବା ସହିତ ପ୍ରଭୁ ନାରାୟଣ ଙ୍କ ଦର୍ଶନ ନିମନ୍ତେ ପ୍ରବଳ ଶ୍ରଦ୍ଧାଳୁ ଙ୍କ ସମାବେଶ ହୋଇଥିଲା ।
ବରଗଛ ଏଠି ଦେଖୁଛି ପାଲା !!!

