ଭାପୁର ( ଆୱାଜ ମିଡ଼ିଆ ) – ବିଶ୍ବଜିତ ବାରିକ : ସନ୍ଧ୍ୟା ସମୟରେ ରାସ୍ତା କଡ଼ରେ ଥିବା ପୋଖରୀ ରୁ ଗାଧୋଇ ସାରି ଘରକୁ ଫେରିବା ସମୟରେ ଅଜଣା ଗାଡ଼ି ଧକ୍କାରେ ଚାଲିଯାଇଛି ମହିଳା ଙ୍କ ଜୀବନ ! ମୃତା ମହିଳା ଜଣକ ଭାପୁର ମାନପୁର ଗ୍ରାମର ସ୍ବର୍ଗତ ପ୍ରସନ୍ନ ନାୟକଙ୍କ ସ୍ତ୍ରୀ ପ୍ରମିଳା ନାୟକ ! ଘଟଣାକୁ ନେଇ ଉତ୍ତେଜନା ହେବା ପରେ ଗ୍ରାମବାସୀ ମାନେ ନିଆଁ ଜାଳି ରାସ୍ତା ରୋକ କରିଥିଲେ । ସୂଚନା ପାଇ ଫତେଗଡ ଥାନା ଆଇଆଇସି ଜ୍ୟୋତି ପ୍ରକାଶ ପଣ୍ଡା, ଏଏସଆଇ ଏମ୍ ଡି ଯାଫ୍ରୁଲ ଓ ପୋଲିସ କର୍ମଚାରୀ ମାନେ ଘଟଣା ସ୍ଥଳରେ ପହଞ୍ଚି ରାସ୍ତା ରୋକ କରିଥିବା ଗ୍ରାମବାସୀ ମାନଙ୍କୁ ବୁଝାସୁଝା କରି ରାସ୍ତା ରୋକ ପ୍ରତ୍ୟାହାର କରିବାକୁ ଅନୁରୋଧ କରିଥିଲେ । ଗ୍ରାମବାସୀ ଙ୍କ କହିବା ମୁତାବକ ଭାପୁର ଖଣ୍ଡପଡ଼ା ରାସ୍ତା ବହୁ ସଂକୀର୍ଣ୍ଣ ହୋଇଥିବା ଯୋଗୁଁ ବାରମ୍ବାର ଏଭଳି ଦୁର୍ଘଟଣା ଘଟୁଛି ! ଯଦି ଏନେଇ ପ୍ରଶାସନ କିଛି ସମାଧାନର ବ୍ୟବସ୍ଥା କରନ୍ତେ ତାହାଲେ ଏମିତି ଲୋକ ମାନେ ଦୁର୍ଘଟଣାର ଶିକାର ହୁଏନ୍ତେ ନାହିଁ । ତେବେ ଦୁର୍ଘଟଣାରେ ପ୍ରମିଳାଙ୍କ ମୃତ୍ୟୁ ହେବା ପରେ ତାଙ୍କର ଦୁଇ ପିଲା ଏବେ ଅନାଥ ହୋଇ ଯାଇଛନ୍ତି !
ଅଜଣା ଗାଡ଼ି ଧକ୍କାରେ ଚାଲିଗଲା ମହିଳା ଙ୍କ ଜୀବନ !!!

