ରାସଗୋବିନ୍ଦପୁର ( ଆୱାଜ ମିଡ଼ିଆ ) – ଚନ୍ଦନ କୁମାର ଦାସ : ଦିନକୁ ଦିନ ବଢିବା ରେ ଲାଗିଛି ହାତୀ ଉପଦ୍ରବ ! ଏମିତି ଘଟଣା ଦେଖିବା ପାଇଁ ମିଳିଛି ରାସଗୋବିନ୍ଦପୁର ରେଞ୍ଜର ନାକିଚୁଆ ଫରେଷ୍ଟ ଅଧୀନ ସାରୁମୂଳ ପଞ୍ଚାୟତ ଜୁ୍ଡପଡ଼ା ଗ୍ରାମ ରେ ! ସରୋଜ ବେହେରା, ସୃଷ୍ଟିଧର ଦେହୁରୀ, ଅଭିନ ବେହେରା ଙ୍କ ପରିବା ବାଡ଼ି ରେ ପଶି ହାତୀ ବ୍ୟାପକ ପରିବା ଫସଲ ନଷ୍ଟ କରିବା ସହିତ କୋବି ବାଡ଼ି ରେ ପଶି ବହୁତ କୋବି ନଷ୍ଟ କରିଛନ୍ତି ! ବର୍ତ୍ତମାନ ଚାଷୀ ମାନେ ଧାନ ଚାଷ କରି ରୁଆ ପୁତା କାମ କରୁଛନ୍ତି ! ହାତୀ ମାନେ ଜଙ୍ଗଲ ରୁ ବାହାରି ଗାଁ ମାନଙ୍କରେ ପଶି କ୍ଷତି କରିବା ସହିତ ଘର ମଧ୍ୟ ଭାଙ୍ଗୁଛନ୍ତି ! ଏପରିକି ଲୋକ ଙ୍କୁ ଜୀବନରେ ମାରୁଛନ୍ତି ! ଜଙ୍ଗଲ ବିଭାଗ ହାତୀ ଘଉଡ଼ାଇବା ରେ ବିଫଳ ହୋଇଛି ! ଆଗାମୀ ଦିନରେ ଯଦି ପ୍ରଶାସନ ଏଥିପ୍ରତି ଦୃଷ୍ଟି ନ ଦିଅନ୍ତି ତା ହେଲେ ଗ୍ରାମବାସି ମାନେ ରାଜରାସ୍ତା କୁ ଓଲ୍ଲାଇବା ପାଇଁ ଚେତାବନୀ ଦେଇଛନ୍ତି !
ହାତୀ ଉଜାଡିଲା ପରିବା ଫସଲ !!!

