ସମାଜସେବୀଙ୍କ ପରଲୋକ ରେ ସ୍ଥାନୀୟ ଅଞ୍ଚଳରେ ଶୋକ !!!

Spread the love

ରାସଗୋବିନ୍ଦପୁର ( ଆୱାଜ ମିଡ଼ିଆ ) – ଚନ୍ଦନ କୁମାର ଦାସ : ରାସଗୋବିନ୍ଦପୁର ବ୍ଲକ ଗଡ଼ିଘାଟି ପଞ୍ଚାୟତ ବନ୍ଧମୁଣ୍ଡି ଗ୍ରାମରେ ମୃତ୍ୟୁଜୟ ଭୂୟାଁଙ୍କର ଆଜି ସକାଳ 9 ଘଟିକା ସମୟରେ ନିଜ ବାସଭବନ ରେ ଦେହାନ୍ତ ହୋଇଯାଇଛି ! ସେ ଏକାଧାରାରେ ଜଣେ ସମାଜସେବୀ, ଯାତ୍ରା କଳାକାର ତଥା କମ୍ୟୁନିଷ୍ଟ ପାଟିର ଦୃଢ ସମର୍ଥକ ଥିଲେ ! ତାଙ୍କ ମୃତ୍ୟୁରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ! ତାଙ୍କ ମୃତ୍ୟୁ ଖବର ପାଇ ପୂର୍ବତନ ସମିତିସଭ୍ୟ ପ୍ରଶାନ୍ତ ପରିଡା, କ୍ଷେତ ମଜଦୁର ସଂଗଠନର ରାଜ୍ୟ ଉପ-ସଭାପତି ହରିଶ୍ଚନ୍ଦ୍ର ସିଂ, ଖଗେଶ୍ୱର କବି, ସୁଶାନ୍ତ ମଣ୍ଡଳ, ବିକର୍ତ୍ତନ କବି ପ୍ରମୁଖ ପହଞ୍ଚି ଶେଷ ଦର୍ଶନ କରିବା ସହିତ ତାଙ୍କ ପରିବାରକୁ ସମବେଦନା ଜଣାଇଥିଲେ ! ମୃତ୍ୟୁଶଯ୍ୟା ନିକଟରେ ତାଙ୍କ ପୁଅ, ଝିଅ, ବୋହୁ, ଆତ୍ମୀୟ ସ୍ୱଜନ ଓ ଗ୍ରାମବାସୀ ଉପସ୍ଥିତ ଥିଲେ !

Leave a Reply

Your email address will not be published. Required fields are marked *