କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଆକ୍ରମଣ , ଘଟଣା ସମ୍ପର୍କରେ ସୂଚନା ପାଇ କଟକ ରେ ପହଁଚିଲେ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ଟିମ ! |କଟକ ଜିଲ୍ଲାରେ ଇଣ୍ଡୋ ଟିଭି ର ଖବରଦାତା ରାଜ କିଶୋର ଦାସଙ୍କୁ, ୩ ଦୁର୍ବୁତ୍ତ ମାରଣାନ୍ତକ କରିଛନ୍ତି ! ତାଙ୍କ ଅଣ୍ଟା ଓ ବେକରେ ଗୁରୁତ୍ତର ଆଘାତ ଲାଗିଛି ! ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ଘୋର ନିନ୍ଦା କରିଛି ! ଗତ ୧୨ ତାରିଖ ରାତିରେ କଟକ ପ୍ରେସ ଛକ ଠାରେ ରାଜ କିଶୋର ଙ୍କ ଉପରେ ହୋଇଥିବା ଆକ୍ରମଣ ଘଟଣାରେ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ତରଫରୁ ସାଧାରଣ ସମ୍ପାଦକ କାହ୍ନା ନାୟକ ଙ୍କ ନେତୃତ୍ୱରେ ୨୦ ଜଣିଆ ପ୍ରତିନିଧି ଦଳ ଆକ୍ରମଣର ଶିକାର ହୋଇଥିବା ସାମ୍ବାଦିକ ରାଜକିଶୋର ଦାସଙ୍କ କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ, ଜିନାହଲପୁର ପଞ୍ଚାୟତ ସ୍ଥିତ ବାସଭବନରେ ପହଞ୍ଚି ପରିବାରକୁ ସମବେଦନା ଜଣାଇ ସ୍ବାସ୍ଥ୍ୟ କଥା ପଚାରି ବୁଝିବା ସହିତ କଟକ ମଧୁପାଟଣା ଥାନାରେ ପହଞ୍ଚି ଦୁବୃର୍ତ୍ତ ଙ୍କ ବିରୁଦ୍ଧରେ ଏତଲା ପ୍ରଦାନ କରିଛନ୍ତି ! ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହୋଇଛି ! ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ପୂର୍ବରୁ ନିଆଳୀରେ ପହଞ୍ଚି ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲା ! ମହାସଂଘ ସାମ୍ବାଦିକର ସୁରକ୍ଷା ଏବଂ ଅଧିକାର ପାଇଁ ସବୁବେଳେ ସବୁ ସମୟରେ ସଂଗ୍ରାମ ଜାରି ରଖିବ ବୋଲି ମହାସଂଘର ସଭାପତି ସତ୍ୟଜିତ ମହାପାତ୍ର ପ୍ରକାଶ କରିଛନ୍ତି !
କାର୍ଯ୍ୟରତ ସାମ୍ବାଦିକ ଙ୍କୁ ଆକ୍ରମଣ : କଟକ ରେ ପହଁଚିଲେ ଓଡ଼ିଶା ଡିଜିଟାଲ ମିଡିଆ ମହାସଂଘ ଟିମ !!!

