ସ୍ପଷ୍ଟ ଦିବାଲୋକରେ ଘରେ ପଶି କଳାକନା ବୁଲାଇଲେ ଦୁର୍ବୁତ୍ତ !!!

Spread the love

ନୟାଗଡ ( ଆୱାଜ ମିଡ଼ିଆ ) – ବିଶ୍ବଭୂଷଣ ମହାପାତ୍ର : ଗୋଟିଏ ପଟେ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ ପୂର୍ବରୁ ସାମ୍ବାଦିକ ସମ୍ମିଳନୀ ଆୟୋଜନ କରି ବାହାବା ନେଉଛି ନୟାଗଡ ପୁଲିସ ! ହେଲେ ଅନ୍ୟ ପକ୍ଷରେ ସ୍ପଷ୍ଟ ଦିବାଲୋକରେ ଘରେ ପଶି କଳାକନା ବୁଲାଉଛନ୍ତି ଦୁର୍ବୁତ୍ତ ! ନୟାଗଡ ସହରର ଶ୍ରୀରାମ ନଗର କଲୋନୀରେ ଘର ଲୋକଙ୍କର ଅନୁପସ୍ଥିତର ସୁଯୋଗ ନେଇ ଲକ୍ଷାଧିକ ଟଙ୍କାର ସୁନା ଗହଣା ସହ ଟଙ୍କା ଚୋରି ଅଭିଯୋଗ ! ଦିନ ଦିପହରେ ଘର ଖାଲି ଥିବା ସୁଯୋଗ ନେଇ ଦୁର୍ବୁତ୍ତ ମାନେ କରିଛନ୍ତି ଲୁଟ l

ସୂଚନା ଅନୁସାରେ ଶ୍ରୀରାମ ନଗର କଲୋନୀ ରେ ରହୁଥିବା ସୁଦାମ ଚରଣ ଜେନା ଏବଂ ତାଙ୍କ ପରିବାର ଲୋକ ଘର ତାଲା ପକେଇ ବାହାରକୁ ଯାଇଥିବା ସମୟରେ ଘର ପଛପାଖ ଗ୍ରିଲ ଭାଙ୍ଗି ଘରେ ପଶିଥିଲେ l ଦୁର୍ବୁତ୍ତ ମାନେ ଘରେ ପଶି ଆଲମିରା ଭାଙ୍ଗି ଆଲମିରାରେ ଥିବା ପାଖାପାଖି 250 ଭରି ସୁନା ସହ ପଚାଶ ହଜାର ଟଙ୍କା ନେଇଥିବା ଥାନାରେ ଅଭିଯୋଗ ହୋଇଛି l ଅଭିଯୋଗ ଅନୁସାରେ ଚୋରି ହୋଇଥିବା ସୁନାର ଆନୁମାନିକ ମୂଲ୍ୟ ପାଖାପାଖି 20 ଲକ୍ଷ ହେବ l ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଥିବା ବେଳେ ସ୍ପଷ୍ଟ ଦିବାଲୋକରେ ଚୋରି କରି ଦୁର୍ବୁତ୍ତ ମାନେ ପୋଲିସ କୁ ଚ୍ୟାଲେଞ୍ଜ କରିଛନ୍ତି l ଏଭଳି ଘଟଣା ଉପରେ ପୋଲିସ ଠାରୁ ବିଳମ୍ବିତ ରାତି ପଯ୍ୟନ୍ତ କୌଣସି ସୂଚନା ମିଳି ପାରିନାହିଁ l

Leave a Reply

Your email address will not be published. Required fields are marked *