କିମସ ପ୍ରେକ୍ଷାଳୟରେ ଓକେସିଏଲ ର ବାର୍ଷିକ ବନ୍ଧୁମିଳନ କାର୍ଯ୍ୟକ୍ରମ !!!

0
184

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ଶାଶ୍ଵତୀ ନାୟକ : ରାଜଧାନୀର କିମସ ପ୍ରେକ୍ଷାଳୟରେ ଓକେସିଏଲ ର ବାର୍ଷିକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି ! ଏହି କାର୍ଯ୍ୟକ୍ରମ କୁ ଓକେସିଏଲ ପରିଚାଳନା ନିର୍ଦ୍ଦେଶକ ଡଃ ମନୋରଞ୍ଜନ ପୁଥାଲ ଉଦଘାଟନ କରିଥିଲେ । ଓକେସିଏଲ ର ୨୦୦ରୂ ଅଧିକ ପାର୍ଟନର ବାର୍ଷିକ ମିଳନରେ ଯୋଗ ଦେଇଥିଲେ ଯେଉଁଠାରେ ଓକେସିଏଲ ଏବଂ ଏମ୍ କେ ସିଏଲର ବରିଷ୍ଠ ଅଧିକାରୀ ମାନେ ବିଭିନ୍ନ ପ୍ରସଙ୍ଗ ରେ ଆଲୋଚନା କରିଥିଲେ । ଡଃ ମନୋରଞ୍ଜନ ପୁଥାଲ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବରେ ଓଡିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳପତି ଡକ୍ତର ଅର୍କ କୁମାର ଦାସ ମହାପାତ୍ର ଯୋଗ ଦେଇଥିଲେ ଏବଂ କିଟ୍ ବିଶ୍ୱବିଦ୍ୟାଳୟ ର କୁଳପତି ଡକ୍ଟର ସସ୍ମିତା ସାମନ୍ତ ମୁଖ୍ୟ ବକ୍ତା ଭାବରେ ଯୋଗ ଦେଇଥିଲେ ।ଉଭୟ ଅତିଥି ଓକେସିଏଲ ର ନେଟୱର୍କ ପାର୍ଟନର୍ ମାନଙ୍କୁ ଉତ୍ସାହିତ କରିଥିଲେ ଏବଂ ଭଲ ପ୍ରଦର୍ଶନ କରୁଥିବା ନେଟୱର୍କ ପାର୍ଟନର୍ ମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା । କଟକ ଜିଲ୍ଲାର ଡି ଏଲ ସି ଶ୍ରୀ ସୂର୍ଯ୍ୟ ନାରାୟଣ ରାଉତ ଉଦୀୟମାନ ନେତୃତ୍ବ ୨୦୨୨ ପାଇଁ ପୁରସ୍କାର, ୨୦୧୩-୨୦୨୨ରେ ସର୍ବୋଚ୍ଚ ଓ ଏସ ଆଇଟି ଆଡମିଶନ୍ ପାଇଁ ପୁରସ୍କାର, ୨୦୨୨ରେ ୫୦୦ପ୍ଲସ୍ ଓ ଏସ୍ ଆଇଟି ଆଡମିଶନ୍ ପୁରସ୍କାର ଏବଂ ଜିଲ୍ଲାର ସର୍ବୋଚ୍ଚ ଆଡମିଶନ୍ ପାଇଁ ପୁରସ୍କାର ଗ୍ରହଣ କରିଛନ୍ତି । ଶ୍ରୀ ରାଉତ ଓକେସିଏଲ ର ଡିଏଲସି ହେବା ଦିନରୁ ସବୁଠାରୁ ଅଧିକ ଓ ଏସ ଆଇଟି ଆଡମିଶନ୍ କରାଇବାର କୃତିତ୍ୱ ଅର୍ଜନ କରିଛନ୍ତି । ଓକେସିଏଲ ମଧ୍ୟ ଏକ ଅଭିଜ୍ଞତା କେନ୍ଦ୍ର ର ଆୟୋଜନ କରିଥିଲା , ଯେଉଁଠାରେ ଉପସ୍ଥିତ ଲୋକମାନେ ଥ୍ରୀଡି, ପ୍ରିପ୍ଟିଙ୍ଗ୍, ଆଇଓଟି ଏବଂ ରୋବାଲଟିକ୍ସ ଭଳି ଅତ୍ୟାଧୁନିକ ଜ୍ଞାନ ଆହୋରଣ କରି ପାରିଥିଲେ ! ଓକେସିଏଲ ବାର୍ଷିକ ମିଳନ ଏକ ବଡ ସଫଳତା ଏବଂ ଉପସ୍ଥିତ ସମସ୍ତ ଙ୍କ ପାଇଁ ଏକ ସ୍ମରଣୀୟ ଅନୁଭୂତି ଆଣି ଦେଇଥିଲା । ଓକେସିଏଲ ର ମୁଖ୍ୟ ଡକ୍ଟର ମନୋରଞ୍ଜନ ପୁଥାଲ ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ କିଟସ୍ ବିଶ୍ୱବିଦ୍ୟାଳୟ ର କୂଳପତି ପ୍ରଫେସର ଡକ୍ଟର ସସ୍ମିତା ସାମନ୍ତ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିବା ବେଳେ ଡକ୍ଟର କଲ୍ୟାଣ ପ୍ରସାଦ ଦାଶ, ଅଂଶୁମାନ ସାର , ସୌମ୍ୟରଞନ ପାଣି, ନଟରାଜ କଟକଦୋଣ୍ଡ, ବିକାଶ ଦେଶାଇ , ଜୟେଶ ମହାତୋ ଓ ସୁଶାନ୍ତ ଜେ ଦାସ୍ ଓକେସିଏଲ ର ଆଗାମୀ କାର୍ଯ୍ୟକ୍ରମ ଓ ପାଠ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ସସ୍ମିତା ପଣ୍ଡାଙ୍କ ସଂଯୋଜିତ ଏହି କାର୍ଯ୍ୟକ୍ରମ କୁ ପ୍ରମୋଦ ରାଉତ, ସିଦ୍ଧାର୍ଥ ଶଙ୍କର ମହାପାତ୍ର ଓ ଦେବାଶିଷ ସାହୁ ପରିଚାଳନା କରିଥିଲେ । ଓଡ଼ିଶାର ସମସ୍ତ ଜିଲ୍ଲାରେ କାର୍ଯ୍ୟରତ୫୦୦ରୁ ଉର୍ଦ୍ଧ୍ବ ଅଧିକୃତ କେନ୍ଦ୍ର ମାନଙ୍କ ନିର୍ଦ୍ଦେଶକ ଓ କର୍ମଚାରୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ ।

LEAVE A REPLY

Please enter your comment!
Please enter your name here