ଉପର ତେଲେଙ୍ଗା ବଜାର ପୂଜା କମିଟି ଓ ଯୁବକ ସଙ୍ଘ ମିଳିତ ଆନୁକୂଲ୍ୟରେ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି !!!

Spread the love

କଟକ ( ଆୱାଜ ମିଡ଼ିଆ ) – ଶ୍ରୀକାନ୍ତ ବେଉରା : ସହିଦ ଦିବସ ଉପଲକ୍ଷେ ଆଜି ସଂନ୍ଧ୍ୟାରେ କଟକ ଉପର ତେଲେଙ୍ଗା ଛକ ଠାରେ ଯୁବ ସମାଜସେବି ଉମାକାନ୍ତ ମହାନ୍ତିଙ୍କ ନେତୃତ୍ୱରେ ଏକ ଶ୍ରଦ୍ଧାଞ୍ଜଳି ସଭାର ଆୟୋଜନ ହୋଇଯାଇଛି ! ଏଥିରେ ସୁଧନ କୁମାର ଦତ୍ତ ମୁଖ୍ୟ ଅତିଥି ଓ ଫିରିଙ୍ଗ ବଜାର ପୂଜା କମିଟି ସମ୍ପାଦକ ନରେଶ କୁମାର ସାହୁ, ପୂର୍ବତନ କର୍ପୋରେଟର ଇତିଶ୍ରୀ ବେହେରା, ସଞ୍ଜୟ ମହାନ୍ତି, ସତ୍ୟନାରାୟଣ ପାତ୍ର, ସମ୍ପଦ କୁମାର ମଲ୍ଲିକ, ସଞ୍ଜୟ ଶର୍ମା, ସରୋଜ ସାହୁ, ନରେନ୍ଦ୍ର ବେହେରା, ଧନେଶ୍ୱର ବେହେରା, ରଜନୀକାନ୍ତ ମଲ୍ଲିକ, ଅଲୁ ପ୍ରସାଦ, ସନ୍ତୋଷ ମଲ୍ଲିକ ପ୍ରମୁଖ ଉପସ୍ଥିତ ହୋଇ ଅମର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ସହିତ ତାଙ୍କ ପରିବାରଙ୍କୁ ସମବେଦନା ଜଣାଇଥିଲେ ! ଆୟୋଜୋକ ଯୁବ ସମାଜସେବୀ ଉମାକାନ୍ତ ମହାନ୍ତି କହିଲେ ଆଜି ଦେଶର ଜାଗ୍ରତ ପ୍ରହରୀ ହୋଇ ଦେଶ ପାଇଁ ବଳିଦାନ ଦେଇଥିବା ସେହି ସହିଦଙ୍କ ପ୍ରତି ଆଜିର ଆବାଳ ବୃଦ୍ଧ ବନିତା ଓ ସମସ୍ତ ଯୁବପିଢ଼ି ତାଙ୍କୁ ସ୍ମରଣ ରଖି ଶ୍ରଦ୍ଧାଞ୍ଜଳି ଜଣାଇବା ଉଚିତ । ଏହି ପଥପ୍ରାନ୍ତ ଶ୍ରଦ୍ଧାଞ୍ଜଳି ସଭାରେ ବହୁ ବୁଦ୍ଧିଜୀବୀ ଓ ପଥଚାରି ସହିଦ ଯବାନଙ୍କୁ ତାଙ୍କର ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ସହିତ ଉକ୍ତ କାର୍ଯ୍ୟକ୍ରମକୁ ଭୁୟସୀ ପ୍ରଶଂସା କରିଥିଲେ ।

Leave a Reply

Your email address will not be published. Required fields are marked *