ଗଜପତି ( ଆୱାଜ ମିଡ଼ିଆ ) – ବିବେକାନନ୍ଦ ବେହେରା : ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚନ୍ଦ୍ରଗିରି ଠାରେ ବିଶ୍ଵକର୍ମା ନିର୍ମାଣ ଶ୍ରମିକ ସଂଘ ସଭାପତି ତଥା ଆପ୍ ନେତା ସତ୍ୟବାଦୀ ମହାରଣାଙ୍କ ନେତୃତ୍ବରେ ୮ ଟି ପଞ୍ଚାୟତର ଶ୍ରମିକ ସଂଘ ସଦସ୍ୟ ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଦିଲ୍ଲୀରେ ଆପ୍ ସରକାର ଦ୍ବାରା ପଞ୍ଜିକୃତ ଶ୍ରମିକ ମାନଙ୍କୁ ମାଗଣା ବସ୍ ଯାତ୍ରା, କରୋନା ମହାମାରୀ ସମୟରେ ଦୁଇ ମାସ ପାଇଁ ୧୦୦୦୦ ଟଙ୍କା ଅନୁକମ୍ପା ରାଶି, ରାସନ୍ ସାମଗ୍ରୀ ଯୋଗାଇ ଦେବା, ମହିଳା ମାନଙ୍କୁ ମାଗଣା ବସ୍ ଯାତ୍ରା, ପ୍ରତ୍ୟେକ ପରିବାରକୁ ୨୦୦ ୟୁନିଟ୍ ମାଗଣା ବିଜୁଳି ପ୍ରଦାନ, ୨୫୦୦ ଟଙ୍କା ସାମାଜିକ ସୁରକ୍ଷା ଭତ୍ତା, ବେକାରୀ ଭତ୍ତା ସହ ବିଶ୍ଵ ସ୍ତରୀୟ ଶିକ୍ଷା ବ୍ୟବସ୍ଥା ଓ ଉନ୍ନତ ମାନର ସ୍ୱାସ୍ଥ୍ୟ ସେବା ଉପଲବ୍ଧ କରିଥିବା ବେଳେ ଓଡ଼ିଶା ସରକାର ଓ ଜିଲ୍ଲା ପ୍ରଶାସନର ଅବହେଳା ଯୋଗୁଁ ମୋହନା ଅଞ୍ଚଳରେ ମୌଳିକ ସୁବିଧା ପହଞ୍ଚି ପାରିନଥିବା କହିଥିଲେ ! ମୋହନାର ବରିଷ୍ଠ ଆପ୍ ନେତା ତଥା ଆଇନଜୀବି ଦୁର୍ଯ୍ୟୋଧନ କରାଡ ମୋହନା ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଆପ୍ ସଙ୍ଗଠନ ମଜଭୁତ କରିବା ସହ ଭ୍ରଷ୍ଟାଚାର ଓ ସାଧାରଣ ଲୋକଙ୍କ ସମସ୍ୟା ସମାଧାନ ଦିଗରେ ଲଢେଇ କରିବା ପାଇଁ ଆହ୍ବାନ ଦେଇଥିଲେ ! ସେହିପରି ଅନ୍ୟ ମାନଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲା ସମ୍ପାଦକ ଆଦିତ୍ୟ ରଥ, ନୂଆଗଡ ବ୍ଲକ ସଭାପତି ଯୋସିୟ ରାଇକା ପ୍ରମୁଖ ଯୋଗ ଦେଇଥିଲେ । ଉକ୍ତ ବୈଠକରେ ଉପସ୍ଥିତ ଥିବା ସମସ୍ତ ସଦସ୍ୟ ଆମ୍ ଆଦମୀ ପାର୍ଟି ର ବିଚାରଧାରା ଓ ଦିଲ୍ଲୀ, ପଞ୍ଜାବ ରେ କରାଯାଉଥିବା ଉନ୍ନୟନ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଦଳରେ ସାମିଲ ହୋଇଥିଲେ । ଏହା ପରେ ଜିଲ୍ଲା ଆବାହକ ଶିଶିର କୁମାର ଭଞ୍ଜ ସାମନ୍ତ ଚନ୍ଦ୍ରଗିରି, ଚାନ୍ଦିପୁଟ, ମହେନ୍ଦ୍ରଗଡ ଅଞ୍ଚଳରେ ଛୋଟ ଛୋଟ ସାଙ୍ଗଠନିକ ବୈଠକ କରିବା ସହିତ କିଛି ସ୍ଥାନୀୟ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ସହିତ ଭେଟିଥିଲେ ।
୮ ଟି ପଞ୍ଚାୟତର ଶ୍ରମିକ ସଂଘ ସଦସ୍ୟ ମାନଙ୍କୁ ନେଇ ବୈଠକ !!!

