ଆସନ୍ତା ୨୪ ତାରିଖରେ ବାଣପୁର ପଲଟଣ ପଡ଼ିଆରେ ଅନୁଷ୍ଠିତ ହେବ ସାଇ ଭଜନ ସନ୍ଧ୍ୟା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଆସନ୍ତା ୨୪ ତାରିଖରେ ବାଣପୁର ଐତିହାସିକ ପଲଟଣ ପଡ଼ିଆରେ , ବାଣପୁର ସ୍ଥିତ ଶିରିଡ଼ି ସାଇ ମନ୍ଦିରର ୧୧ ତମ ବାର୍ଷିକ ଉତ୍ସବ ଅବସରରେ ଶିରିଡ଼ି ସାଇ ଭଗବତୀ ଟ୍ରଷ୍ଟ, ବାଣପୁର ଆନୁକୁଲ୍ୟରେ ଅନୁଷ୍ଠିତ ହେବାକୁ ଯାଉଛି ବିଶାଳ ସାଇ ଭଜନ ସନ୍ଧ୍ୟା । ଦୁଇଦିନ ଧରି କାର୍ଯ୍ୟକ୍ରମ ଥିବାବେଳେ ପ୍ରଥମ ୨୩ ତାରିଖ ଶୁକ୍ରବାର ଦିନ ସନ୍ଧ୍ୟା ୬:୩୦ ମିନିଟ ସମୟରେ ସାଇ ବାବଙ୍କ ପାଲିଙ୍କି ଶୋଭାଯାତ୍ରା କାର୍ଯ୍ୟକ୍ରମ ରହିଛି । ୨୪ ତାରିଖ ଶନିବାର ଦିନ ବାଣପୁର ଐତିହାସିକ ପଲଟଣ ପଡ଼ିଆରେ ବିଶାଳ ସାଇ ଭଜନ ସନ୍ଧ୍ୟାର କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟା ୫.୪୫ ମିନିଟ ସମୟର ଅତିଥି ଆଗମନ ସନ୍ଧ୍ୟା ୬.୦୦ ମିନିଟ ସମୟରେ ସାଇ ଆରତୀ ସନ୍ଧ୍ୟା ୬.୩୦ ମିନିଟ ସମୟରେ ଅତିଥି ଭାବରେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ, ନରସିଂହପୁର ବିଧାୟକ ଦେବୀ ପ୍ରସାଦ ମିଶ୍ର, ସତ୍ୟବାଦୀ ବିଧାୟକ ଉମାକାନ୍ତ ସାମନ୍ତରାୟ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବ , କଂଗେସ ସଭାପତି ତଥା ସାଇ ଭକ୍ତ ମାନସ ଚୌଧୁରୀ , ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିବାର କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟା ୬.୩୫ ମିନିଟ ସମୟରେ ଓଡ଼ିଶାର ସୁନାମ ଧନ୍ୟ କଣ୍ଠଶିଳ୍ପୀ ପଙ୍କଜ ଜାଲ, ତୁସି କୈର(ମୁମ୍ବାଇ), ମୋନାଲି ମଧୁସ୍ମିତା, ଆଲୋକ କୁଣ୍ଡୁ, କୁମାର ଦିଲ୍ଲୀପ ଙ୍କ ଦ୍ଵାରା ସାଇ ଭଜନ ପରିବେଷଣ ଓ କଥାବାଚକ ଡଃ ଆଦିତ୍ୟ ପାଢ଼ୀ ଏବଂ ଓଡ଼ିଶାର ବିଶିଷ୍ଟ ବାଦ୍ୟଯନ୍ତ୍ର କଳାକାର ମାନଙ୍କ ଦ୍ଵାରା ଭଜନାମୃତ ପରିବେଷଣ କାର୍ଯ୍ୟକ୍ରମ ରହିଥିବା ବେଳେ ରାତ୍ର ୮.୪୫ ମିନିଟ ଠାରୁ ସାଇ ଶ୍ରଦ୍ଧାଳୁ ମାନଙ୍କ ପାଇଁ ସାଇ ପ୍ରସାଦ ସେବନ ର ବ୍ୟବସ୍ଥା ରହିଛି ।

Leave a Reply

Your email address will not be published. Required fields are marked *