ସ୍ବେଚ୍ଛାସେବୀ ଅନୁଷ୍ଠାନ “ଟିମ୍ ୪୯୯ ଓଡ଼ିଶା” ର ତୃତୀୟ ଜନ୍ମ ବାର୍ଷିକ ଉତ୍ସବ ନିଆରା ଢଙ୍ଗରେ ପାଳିତ !!!

Spread the love

ବାଲୁଗାଁ ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ନିଆରା ଢଙ୍ଗରେ ସଙ୍ଗଠନର ଜନ୍ମ ବାର୍ଷିକ ପାଳନ କଲେ ସାମାଜିକ କର୍ମୀ । ଖୋର୍ଦ୍ଧା ଜିଲ୍ଲା ଚିଲିକା ଅଞ୍ଚଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ “ଟିମ୍ ୪୯୯ ଓଡ଼ିଶା” ର ତୃତୀୟ ଜନ୍ମ ବାର୍ଷିକ ଅବସରରେ ସଙ୍ଗଠନ ର ସଦସ୍ୟ ଦିଲ୍ଲୀପ କୁମାର ସ୍ବାଇଁ, ନାରାୟଣ ସାହୁଙ୍କ ମିଳିତ ସହଯୋଗ ରେ ଆଜି ସଙ୍ଗଠନର ଖୋର୍ଦ୍ଧା ଜିଲ୍ଲା ସଭାପତି ରାକେଶ ସାହୁଙ୍କ ନେତୃତ୍ୱରେ ବାଲୁଗାଁ ଚିଲିକା କୂଳରେ ଅବସ୍ଥିତ ବୃଦ୍ଧାଶ୍ରମରେ କିଛି ଶୁଖିଲା ଖାଦ୍ୟ ସହିତ ଫଳ ବଣ୍ଟନ କରାଯାଇଥିଲା । ସଙ୍ଗଠନର ସମସ୍ତ ସଦସ୍ୟ ବୃଦ୍ଧାଶ୍ରମରେ ପହଞ୍ଚି ପ୍ରଥମେ ସମସ୍ତ ବୃଦ୍ଧ ବୃଦ୍ଧା ମାନଙ୍କର ଆଶୀର୍ବାଦ ନେଇଥିଲେ ଓ ସମସ୍ତଙ୍କ ସୁଖ ଦୁଃଖ ପଚାରି ବୁଝିଥିଲେ ! ସେମାନଙ୍କୁ କିଛି ଶୁଖିଲା ଖାଦ୍ୟ ସହିତ ଫଳ ପ୍ରଦାନ କରିଥିଲେ । ଆପଣ ମାନଙ୍କ ଆଶୀର୍ବାଦ ସଦା ସର୍ବଦା ଆମ ପାଖରେ ଥାଉ , ଆଗାମୀ ଦିନରେ ଆହୁରି ଆପଣ ମାନଙ୍କୁ ସହଯୋଗ କରିବୁ ବୋଲି ସଙ୍ଗଠନର ଖୋର୍ଦ୍ଧା ଜିଲ୍ଲା ସଭାପତି ରାକେଶ ସାହୁ କହିଥିଲେ । ଏଥିରେ ସଙ୍ଗଠନର ସଦସ୍ୟ ବୈକୁଣ୍ଠ ପ୍ରଧାନ, ସନ୍ଧ୍ୟାରାଣୀ ବେହେରା, ଅଶୁଂରାଣୀ ମହାପାତ୍ର, ମୋନାଲିସା ରାଉତ, ଶିବାନୀ ମହାରଣା ଙ୍କ ସମେତ ବାଲୁଗାଁ କଲେଜର କିଛି ଛାତ୍ର ଛାତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ ।

Leave a Reply

Your email address will not be published. Required fields are marked *