ବ୍ୟାଙ୍କରୁ ଟଙ୍କା ଉଠେଇ ଯାଉଥିବା ବେଳେ ୯୦ ହଜାର ଟଙ୍କା ଝାମ୍ପି ନେଲେ ଦୁଇ ଲୁଟେରା !!!

Spread the love

ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଞ୍ଚଳରୁ ଗୁରୁବାର ଦିନ ବ୍ୟାଙ୍କରୁ ଟଙ୍କା ଉଠେଇ ନେଇ ଯାଉଥିବା ଜଣେ ବ୍ୟକ୍ତି ଙ୍କ ଠାରୁ ୨ ଜଣ ଲୁଟେରା ୯୦ ହଜାର ଟଙ୍କା ଝାମ୍ପି ନେଇ ଯାଇଥିବାର ବାଣପୁର ଥାନାରେ ଅଭିଯୋଗ ହୋଇଛି ! ଅଭିଯୋଗ ମୁତାବକ ବାଣପୁର ଥାନା ଅଞ୍ଚଳର ଶଙ୍କର ଦଳାଇ (୪୬) ସ୍ଥାନୀୟ ଷ୍ଟେଟ ବ୍ୟାଙ୍କ ବାଣପୁର ଶାଖାରେ ଥିବା ତାଙ୍କ ମା ‘ ଙ୍କ ଆକାଉଣ୍ଟରୁ ୯୦ ହଜାର ଟଙ୍କା ଉଠାଇ ସାଇକେଲ ଯୋଗେ ଘରକୁ ଫେରୁଥିଲେ । ତେବେ ଫେରିବା ସମୟରେ ଶଙ୍କର ଙ୍କୁ ପିଛା କରି ଆସୁଥିବା ୨ ଜଣ ଲୁଟେରା ବାଇକ୍ ଯୋଗେ ପଛପଟୁ ଆସି ଗାଲୁଆ ଛକ ନିକଟରେ ଶଙ୍କରଙ୍କ ବ୍ୟାଗ ଟିକୁ ଛଡ଼ାଇ ନେଇ ଯାଇଥିଲେ । ଗାଡି ପଛ ସିଟରେ ବସିଥିବା ଯୁବକ ଜଣଙ୍କ ତାଙ୍କ ହାତରୁ ବ୍ୟାଗ ଟିକୁ ଝାମ୍ପି ନେବା ପରେ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲେ ଦୁଇ ଲୁଟେରା । ଶଙ୍କର ବାଣପୁର ଥାନାରେ ଏ ସମ୍ପର୍କରେ ଲିଖିତ ଅଭିଯୋଗ କରିବାରୁ ବାଣପୁର ପୋଲିସ ତଦନ୍ତ ଜାରି ରଖିଛି ।

Leave a Reply

Your email address will not be published. Required fields are marked *