ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ !!!

Spread the love

ଯାଜପୁର ( ଆୱାଜ ମିଡ଼ିଆ ) – ଜିଜ୍ଞାସୁ ସାହୁ : ରାଜ୍ୟରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀକରି ତାଙ୍କର କୁଶପୁତ୍ତଳିକା ଦାହ କରିଛି ସୁକିନ୍ଦା ବିଜେପି ଯୁବମୋର୍ଚ୍ଚା । ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ତାଙ୍କ ଅଙ୍ଗରକ୍ଷୀ ହତ୍ୟା କରିବା ପରେ ସମଗ୍ର ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ଏହା ବାଦ୍ ଜଣେ ମହିଳା ପୋଲିସଙ୍କୁ ରାଜନେତାଙ୍କ ଦୂର୍ବ୍ୟବହାର ସାଙ୍ଗକୁ ଅନ୍ୟ ଜଣେ ମହିଳା ପୋଲିସ ବିଜେପି ଦଳର ନେତା ଜୟନାରାୟଣ ମିଶ୍ରଙ୍କୁ ଆକ୍ରମଣ କରିବା ଆଦି ପ୍ରସଙ୍ଗକୁ ନେଇ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ତଦନୁଯାୟୀ ସୁକିନ୍ଦା ଯୁବମୋର୍ଚ୍ଚା ମଧ୍ୟ ବିକ୍ଷୋଭ ବିକ୍ଷୋଭ ପ୍ରଦର୍ଶନ କରିଥିଲା । ସୁକିନ୍ଦା ଛକରେ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଶତାଧିକ ବିଜେପି କାର୍ଯ୍ୟକର୍ତ୍ତା ଏକତ୍ରୀତ ହୋଇ ନାରାବାଜି କରିବା ସହିତ ରାଜ୍ୟ ସରକାରଙ୍କୁ ଭର୍ତ୍ସନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଯାଜପୁର ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବିଶ୍ୱଜିତ୍ ରାଜ ,ବିଜେପି ଯୁବମୋର୍ଚ୍ଚାର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ରବିନ୍ଦ୍ର ପୁହାଣ, ବିଜେପି ଉପସଭାପତି ପୁଷ୍ପକ ମହାପାତ୍ର, କାର୍ଯ୍ୟକାରିଣୀ ସଦସ୍ୟ ସରୋଜ ବାରିକ ଓ ରାଜେଶ ନାୟକ, ଉପସଭାପତି ପ୍ରକାଶ ବେହୁରା, ସମ୍ବିତ ବେହୁରା, ସନ୍ତୋଷ ମୁଦୁଲି, ସଂଗ୍ରାମ କେଶରୀ ମହାପାତ୍ର, ସୁକିନ୍ଦା ପଞ୍ଚାୟତ ସଭାପତି ଯାତ୍ରାକର ଜେନା, ଆମ୍ପୋଳବା ପଞ୍ଚାୟତ ସଭାପତି ବସନ୍ତ କୁମାର ମୁଦୁଲି, ସୁକିନ୍ଦା ପଞ୍ଚାୟତ ଯୁବମୋର୍ଚ୍ଚା ସଭାପତି ଶୁଭକାନ୍ତ ମହାନ୍ତି, ୩୭ ନମ୍ବର ଜିଲ୍ଲାପରିଷଦ ଜୋନ ସଭାପତି ସୌମ୍ୟରଂଜନ ସାହୁ, ୩୯ ଜୋନର ଯୁବ ମୋର୍ଚ୍ଚା ସଭାପତି ସମ୍ବିତ ନାୟକ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ନାରାବାଜି କରିଥିଲେ । ଶେଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରି କୁଶ ପୁତ୍ତଳିକା ଦାହ କରିଥିଲେ ।

Leave a Reply

Your email address will not be published. Required fields are marked *