କନ୍ଧମାଳ ( ଆୱାଜ ମିଡ଼ିଆ ) – ସଞ୍ଜୟ କୁମାର ପାଣିଗ୍ରାହୀ : କନ୍ଧମାଳ ଜିଲ୍ଲାରେ ଶିକ୍ଷା ବ୍ୟବସ୍ଥା ଦିଗହରା ହୋଇଥିବା ବେଳେ ସୋମବାର ରାଜ୍ୟ ସରକାରଙ୍କ ଶିକ୍ଷା ବିଭାଗର ମନ୍ତ୍ରୀ ଦିନିକିଆ ଜିଲ୍ଲା ଗ୍ରସ୍ତ ରେ ଆସି ଶିକ୍ଷା ସମ୍ପର୍କ ରେ ସମୀକ୍ଷା କରିଛନ୍ତି । ଜିଲ୍ଲା ର ସମସ୍ତ ବ୍ଲକ ଶିକ୍ଷାଧିକାରୀ, ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲା ପ୍ରଶାସନ ଅଧିକାରୀଙ୍କ ମଧ୍ୟରେ ଶିକ୍ଷା ର ମାନ ବୃଦ୍ଧି ଉପରେ ଆଲୋଚନା କରିଥିବା ବେଳେ କିଛି ସ୍କୁଲ କୁ ଯାଇ ସୋମବାର ଠାରୁ ଆରମ୍ଭ ହୋଇଥିବା ୯ ମ ଶ୍ରେଣୀ ପରୀକ୍ଷା ବୁଲି ଦେଖିବା ସହ ପିଲାଙ୍କ ସହ ଆଲୋଚନା କରିଛନ୍ତି । କିନ୍ତୁ ମନ୍ତ୍ରୀ ଜିଲ୍ଲା ରେ ଶିକ୍ଷା ବିଭାଗର ସମୀକ୍ଷା କରୁଥିଲେ ମଧ୍ୟ ଶିକ୍ଷକଙ୍କ ଖାତିର ନଥିବା ଭଳି ଦେଖିବାକୁ ମିଳିଛି । ତୁମୁଡ଼ିବନ୍ଧ ଓ ରାଇକିଆ ବ୍ଲକ ରେ ଦୀର୍ଘଦିନ ହେବ ବ୍ଲକ ଶିକ୍ଷାଧିକାରୀ ପଦବୀ ଖାଲି ପଡ଼ିଥିବା ବେଳେ ଶିକ୍ଷକ ମାନେ ଠିକ ଭାବେ ସ୍କୁଲ ଯାଉନାହାନ୍ତି ! ଆଜି ମଧ୍ୟ ସ୍କୁଲ ନ ଯାଇ ବୁଲୁଥିବାର ଦେଖିବାକୁ ମିଳିଥିଲା । ସେହିଭଳି କ.ନୂଆଗାଁ ବ୍ଲକ ର ଜିରିଡିକିଆ ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଡବମାହା ପ୍ରାଥମିକ ବିଦ୍ୟାଳୟ ରେ ତାଲା ଝୁଲୁଛି । ଯାହା ବିଡମ୍ବନା ର ବିଷୟ । ସ୍କୁଲ୍ ରେ ତାଲା ଝୁଲୁ ଥିବା ସଂପର୍କ ରେ କ.ନୂଆଗାଁ ଶିକ୍ଷାଧିକାରୀ ପ୍ରମୋଦ ମଲ୍ଲିକ କହିଛନ୍ତି ଅଭିଯୋଗ ର ତଦନ୍ତ ହେବ । ଜିଲ୍ଲାରେ ଜିଲ୍ଲାପାଳ ଶିକ୍ଷା ର ମାନ ବୃଦ୍ଧି ପାଇଁ ବିଭିନ୍ନ ଯୋଜନା କରୁଥିବା ବେଳେ ବ୍ଲକ ସ୍ତରରେ ଥିବା ବ୍ଲକ ଶିକ୍ଷାଧିକାରୀ ଙ୍କ ଠାରୁ ଆରମ୍ଭ କରି ଅତିରିକ୍ତ ଶିକ୍ଷାଧିକାରୀ ଓ ସି ଆର ସି ସି ମାନେ ଠିକ ଭାବେ ପରିଦର୍ଶନ କରୁନଥିବା ବେଳେ ଲାଭଖୋର ମନୋବୃତ୍ତି ଯୋଗୁଁ ଶିକ୍ଷା ର ମାନ ଧୀରେ ଧୀରେ କମୁଥିବା ବୁଦ୍ଧିଜିବୀ ମତବ୍ୟକ୍ତ କରିଛନ୍ତି । ଜିଲ୍ଲାର ଶିକ୍ଷା ବିଭାଗ ରେ ଖାଲି ଥିବା ପଦବୀ ପୂରଣ ଓ ଶିକ୍ଷା ବିଭାଗ ରେ ଥିବା ଲାଭ ଖୋର ମନୋବୃତ୍ତି ଥିବା ଅଧିକାରୀଙ୍କୁ ଚିହ୍ନଟ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି ।
ଶିକ୍ଷା ମନ୍ତ୍ରୀ ଜିଲ୍ଲା ରେ ସମୀକ୍ଷା କରୁଥିବା ସମୟ ସ୍କୁଲ ରେ ଝୁଲୁଛି ତାଲା : ଶିକ୍ଷକଙ୍କ ଖାତିର ନାହିଁ !!!

