ବାଣପୁର ( ଆୱାଜ ମିଡ଼ିଆ ) – ରାକେଶ ସାହୁ : ଚଳିତ ବର୍ଷ ଧୁମ୍ ଧାମରେ ଅନୁଷ୍ଠିତ ହେବାକୁ ଯାଉଛି ବାଣପୁର ର ଐତିହାସିକ ବାଣପୁର ପଞ୍ଚୁଦୋଳ । ଏନେଇ ଆଜି ପଲଟଣ ପଡିଆ ସ୍ଥିତ ଛାୟାମଣ୍ତପ ସଭା ଗୃହରେ ବାଣପୁର ପଞ୍ଚୁଦୋଳ ନିମନ୍ତେ ପଞ୍ଚୁଦୋଳ କମିଟି ଉପ ସଭାପତି ବିରଭଦ୍ର କାଣ୍ଡିଙ୍କ ସଭାପତିତ୍ୱରେ ଚଳିତ ବର୍ଷର ପ୍ରଥମ ପ୍ରସ୍ତୁତି ବୈଠକ ଅନଷ୍ଠିତ ହୋଇଯାଇଛି । ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଗୋପୀନାଥ ମହାରଣା, ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷ ମିଟୁ ନାୟକ, ବାଣପୁର ମାଆ ଭଗବତୀ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବାଳ ମୁକୁନ୍ଦ ଦାସ, ସଂଗ୍ରାମ କେଶରୀ ସାହୁ, କୋଷାଧ୍ୟକ୍ଷ ନବ ପ୍ରଧାନ ଓ ଜୟକୃଷ୍ଣ ପ୍ରଧାନଙ୍କ ସହ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ସାମ୍ବାଦିକ ଉପସ୍ଥିତ ଥିଲେ । ଚଳିତ ବର୍ଷ ଐତିହାସିକ ବାଣପୁର ପଞ୍ଚୁଦୋଳ କିପରି ଭାବରେ ଧୁମ୍ ଧାମର ସହିତ ଅନୁଷ୍ଠିତ ହେବ ସେ ବିଷୟରେ ଆଲୋଚନା କରିଥିଲେ ।
ବାଣପୁର ପଞ୍ଚୁଦୋଳ କାର୍ଯ୍ୟକ୍ରମ ନିମନ୍ତେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ !!!

