ବାଙ୍କୀ ( ଆୱାଜ ମିଡ଼ିଆ ) – ଅନନ୍ତ ରଣା : ବାଙ୍କୀ ନିକଟସ୍ଥ ଶିମିଳିପୁର ଗ୍ରାମରେ ଆୟୋଜିତ ହେଉଥିବା ଜାଗର ମହୋତ୍ସବ 2023 ଉଦଯାପିତ ହୋଇଯାଇଛି ! ତ୍ରୀଜ୍ୟୋତ୍ରିକ କଳା ପରିଷଦ ଦ୍ୱାରା ଦୀର୍ଘ 19 ବର୍ଷ ଧରି ଆୟୋଜିତ ହେଉଥିବା ଏହି ମହୋତ୍ସବ ଚଳିତ ବର୍ଷ ୫ ଦିନ ଧରି ଅନୁଷ୍ଠିତ ହୋଇଥିଲା ! ବାଙ୍କୀ ର ପୂର୍ବତନ ବିଧାୟକ ତଥା ବିଜେଡି ନେତା ପ୍ରଭାତ କୁମାର ତ୍ରିପାଠୀ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ ! ଆୟୋଜକ ଅନୁଷ୍ଠାନର ସଭାପତି ତଥା ପ୍ରଖ୍ୟାତ କଣ୍ଠଶିଳ୍ପୀ ଦେବୀଦତ୍ତ ବିଭୂତିରାୟ ଙ୍କ ସଂଯୋଜନାରେ ଆୟୋଜିତ ସାଧାରଣ ସଭାରେ ବାଙ୍କୀ ପ୍ରେସ କ୍ଲବର ଉପ ସଭାପତି ସମରେନ୍ଦ୍ର ମହାପାତ୍ର , ବାଙ୍କୀ କେନ୍ଦ୍ର ସମବାୟ ସମିତିର ସଭାପତି ସୁବାଷ ଚନ୍ଦ୍ର ପାଢୀ ସ୍ୱତନ୍ତ୍ର ଅତିଥି ଭାବରେ ଯୋଗ ଦେଇଥିବା ସମୟରେ , ସମ୍ମାନୀତ ଅତିଥି ରୂପେ ଡମପଡା ବ୍ଲକ ଉପାଧ୍ୟକ୍ଷା , ଡମପଡା ଯୁବ ବିଜେଡି ସଭାପତି ଭାଗିରଥି ପାଣି ଉପସ୍ଥିତ ରହି ଜାଗର ମହୋତ୍ସବର ସରସ ସୁନ୍ଦର କାର୍ଯ୍ୟକ୍ରମ ଏବଂ ସୁରୁଖୁରୁ ପରିଚାଳନାକୁ ପ୍ରଶଂସା କରିଥିଲେ ! କାର୍ଯ୍ୟକ୍ରମରେ ଶିମିଳିପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ପୂର୍ଣ୍ଣଚନ୍ଦ୍ର ନାୟକ , ପୂର୍ବତନ ସରପଞ୍ଚ ଆର୍ତ୍ତତ୍ରାଣ ସ୍ୱାଇଁ ପ୍ରମୂଖ ଉପସ୍ଥିତ ରହିଥିଲେ ! ୧୯ ବର୍ଷରେ ପାଦ ଥାପିଥିବା ଏହି ଜାଗର ମହୋତ୍ସବ କୁ ଆଗାମୀ ଦିନରେ ଆହୁରି ସରସ ସୁନ୍ଦର କରିବା ପାଇଁ ସମସ୍ତ ଉଦ୍ୟମ କରାଯିବ ବୋଲି ଖୋଲା ମଞ୍ଚ ରେ ଘୋଷଣା କରିଛନ୍ତି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ତ୍ରିପାଠୀ ! କାର୍ଯ୍ୟକ୍ରମ ଅବସରରେ ନିଖୁଣତାର ସହିତ ନିର୍ଭିକ ଖବର ପ୍ରସାରଣ କରୁଥିବା ନକ୍ଷତ୍ର ନିୟୁଜ ର ପ୍ରତିନିଧି ମନୋଜ କୁମାର ଦଳେଇ ଏବଂ ଆୱାଜ ମିଡ଼ିଆ ର କଟକ ଜିଲ୍ଲା ପ୍ରତିନିଧି ଅମ୍ରିତା ପଟ୍ଟନାୟକ ଙ୍କୁ ମହୋତ୍ସବ କମିଟି ପକ୍ଷରୁ ଉତ୍ତରୀୟ ପୁଷ୍ପ ଗୁଚ୍ଛ ଦେଇ ଭବ୍ୟ ସମ୍ବର୍ଦ୍ଧନା କରା ଯାଇଥିଲା ! କୋମଳମତି ବୟସରେ ନିଜର ନିଖୁଣ ଯୋଗ ପ୍ରଦର୍ଶନ ପାଇଁ ବିସ୍ମୟ ବାଳକ ଏସ୍ ପି ବଦ୍ରୀନାଥଙ୍କୁ ଆତିଥି ମାନେ ସ୍ୱତନ୍ତ୍ର ଭାବରେ ସମ୍ମାନୀତ କରିଥିଲେ ! ଦର୍ଶକ ଙ୍କ ମନୋରଞ୍ଜନ ପାଇଁ ମିନାବଜାର ସାଙ୍ଗକୁ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ! ମହୋତ୍ସବ କମିଟି ପକ୍ଷରୁ ପଚାଷ ରୁ ଉର୍ଦ୍ଧ ଷ୍ଟଲ ର ବ୍ୟବସ୍ଥା କରାଯାଇଥିଲା ! ଛୋଟ ପିଲା ମାନଙ୍କ ମନୋରଞ୍ଜନ ପାଇଁ ହୋଇଥିଲା ସ୍ୱତନ୍ତ୍ର ବ୍ୟବସ୍ଥା ! ଅନ୍ୟପଟେ ଠୁମକା ପୁରୀ ସାଙ୍ଗକୁ ଗୁପଚୁପ ଓ ଆଇସକ୍ରିମ ଖାଇ ମଜା ଉଠାଇଛନ୍ତି ଦର୍ଶକ ! ଏହି ମହୋତ୍ସବ ର ମୁଖ୍ୟ ଉଦେଶ୍ୟ ରହିଛି ଗ୍ରାମଞ୍ଚଳ ର ରହି ଯାଉଥିବା ଲୁକାୟିତ ପ୍ରତିଭା ମାନଙ୍କୁ ଲୋକ ଲୋଚନ କୁ ଅଣାଯାଇ ପାରିବ , ଯେପରିକି ବଣମଲ୍ଲୀ ବଣରେ ଫୁଟି ମଉଳି ନ ଯାଉ ଏହି ଲକ୍ଷ୍ୟ ରଖି ଏଭଳି ଏକ ମହୋତ୍ସବ ର ପରିକଳ୍ପନା କରାଯାଇଛି ବୋଲି କମିଟିର ସଦସ୍ୟ ମତ ଦେଇଛନ୍ତି ! ସଫଳତାର ସହିତ ଜାଗର ମହୋତ୍ସବ ଉଦଯାପନ ହୋଇଥିବା ସମୟରେ ଆଇନ ଶୃଙ୍ଖଳା ପରିସ୍ଥିତି କୁ ଆଖି ଆଗରେ ରଖି ପୋଲିସ ଫୋର୍ସ ମୁତୟନ ହୋଇଥିଲେ !


