ଜନ୍ମ ଦିନରେ ରକ୍ତଦାନ ଶିବିର !!!

Spread the love

ଭୁବନେଶ୍ୱର ( ଆୱାଜ ମିଡ଼ିଆ ) – ନିରଞ୍ଜନ ସାହୁ : ଶୋଭନୀୟ ଆନ୍ଦୋଳନ ର ଅଧ୍ୟକ୍ଷା ତଥା ବରିଷ୍ଠ ସମାମଜସେବି ଓ ସ୍ତମ୍ଭକାର ଅରୁନ୍ଧତୀ ଦେବୀ ଙ୍କ ଜନ୍ମ ଦିବସ ଅବସରରେ ରାଜଧାନୀ ଡ଼ାକ୍ତରଖାନା ରକ୍ତ ଭଣ୍ଡାର ପରିସରରେ ଏକ ସ୍ଵେଚ୍ଛାକୃତ ରକ୍ତଦାତା ଶିବିର ମିଶନ ରକ୍ତଦାନ ତରଫରୁ ଆୟୋଜନ କରାଯାଇଥିଲା । ଏହି ଶିବିରକୁ ଓଡ଼ିଶା ଖଦୀ ଓ ଗ୍ରାମୋଦ୍ୟୋଗ ବୋର୍ଡ ସଭାପତି ସଂଗ୍ରାମ କେଶରୀ ପାଇକରାୟ ଉଦ୍ଘାଟନ କରିଥିଲେ । ଜାତୀୟ ଯୁବ ପ୍ରକଳ୍ପ ରାଷ୍ଟ୍ରୀୟ ଟ୍ରଷ୍ଟି ମଧୁସୂଦନ ଦାସ, କଳିଙ୍ଗ ଐତିହ ସୁରକ୍ଷା ମଞ୍ଚ ର ସମ୍ପାଦକ ଚିତ ରଞ୍ଜନ ମହାନ୍ତି, ପ୍ରଫେସର ରଘୁନାଥ ମଣ୍ଡଳ, ସୁଶୃତ ହସ୍ପିଟାଲ ର ପରିଚାଳନା ନିର୍ଦ୍ଦେଶକ ଡ ଚିଦାତ୍ମିକ ଖଟୁଆ, ମମତା ପ୍ରଧାନ, ରତ୍ନାକର ମହାନ୍ତି, ଚିତୃପା ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଇନଷ୍ଟିଚ୍ୟୁଟ ଅଫ ମିଡିଆ ସ୍ଟଡିଜ ର ଛାତ୍ର ଛାତ୍ରୀ ମାନେ ଯୋଗଦେଇ ରକ୍ତଦାନ ସମ୍ପର୍କିତ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ରକ୍ତ ଭଣ୍ଡାର କାର୍ଯ୍ୟକର୍ତ୍ତା ପ୍ରଶାନ୍ତ କୁମାର ଦାସ ଏବଂ ପ୍ରଭାସିନୀ ପଟ୍ଟନାୟକ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଗୁନୁ ଆଚାର୍ଯ୍ୟ, ହରେକୃଷ୍ଣ ମହାନ୍ତି ଏବଂ ହର ପ୍ରସାଦ ମହାପାତ୍ର ଶିବିର ପରିଚାଳନା କରିଥିଲେ ।

Leave a Reply

Your email address will not be published. Required fields are marked *