ରାସଗୋବିନ୍ଦପୁର ( ଆୱାଜ ମିଡ଼ିଆ ) – ଚନ୍ଦନ କୁମାର ଦାସ : ଦିନକୁ ଦିନ ବେକାରି ମାନଙ୍କ ସମସ୍ୟା ବଢିବାରେ ଲାଗିଛି । ତେବେ ଏଭଳି ସମସ୍ୟା ର ସମାଧାନ ପାଇଁ ସରକାର ବିଭିନ୍ନ ଏନ୍ ଜି ଓ ସଂସ୍ଥା ମାଧ୍ୟମରେ ନିଯୁକ୍ତି ଦେବାକୁ ପ୍ରୟାସ କରିଛନ୍ତି । ମୟୂରଭଞ୍ଜ ଜିଲ୍ଲାର ରାସଗୋବିନ୍ଦପୁର ବ୍ଲକରେ ଥିବା ରାଜୀବ ଗାନ୍ଧୀ ସେବା କେନ୍ଦ୍ର ରେ ଏକ ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଆୟୋଜନ କରାଯାଇଥିଲା । ଏହି ଶିବିରରେ ୫୦୦ ରୁ ଉର୍ଦ୍ଧ ବେକାର ଯୁବକ ଯୁବତୀ ମାନେ ନାମ ପଞ୍ଜିକୃତ କରାଇଥିଲେ । ବିଭିନ୍ନ ” କମ୍ପାନୀ ଜବ୍ ” ଯୋଗ୍ୟତା ଭିତ୍ତିରେ ଆବେଦନ କରି, ପ୍ରଶିକ୍ଷଣ ଲାଭ କଲାପରେ ଏଭଳି ନିଯୁକ୍ତି ପାଇ ପାରିବେ ବୋଲି ସଂସ୍ଥା ର କାର୍ଯ୍ୟକର୍ତ୍ତା ମତ ଦେଇଥିଲେ । ପ୍ରଥମେ ଆବେଦନକାରିଙ୍କୁ ଜବ୍ ବିଷୟରେ ବିବରଣୀ ପ୍ରଦାନ କରାଗଲା ପରେ ଆବେଦନ ଫର୍ମ ଗ୍ରହଣ କରାଯାଉଛି । ପିଲାମାନେ ଏଭଳି ପ୍ରକ୍ରିୟା ରେ ବହୁତ ଆନନ୍ଦିତ ବୋଲି କହିଥିଲେ । ତେବେ ଅଧାରୁ ପାଠ ପଢା ଛାଡିଥିବା ପିଲାମାନେ ଏଥିରେ ଅଂଶ ଗ୍ରହଣ କଲେ ଭଲ ବୋଲି ସାଧାରଣରେ କୁହାଯାଉଥିଲା । ତେବେ ଦେଖିବାକୁ ରହିଲା ଆଗାମୀ ଦିନରେ ବ୍ଲକ ରୁ କେତେ ପିଲା ନିଯୁକ୍ତି ପାଇ ପାରୁଛନ୍ତି ।
ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ !!!

