କଟକ ( ଆୱାଜ ମିଡ଼ିଆ ) – ଅମ୍ରିତା ପଟ୍ଟନାୟକ : ଧୂଆଁ ବିସ୍କୁଟ ନାମରେ ଚାଲିଛି ମୃତ୍ୟୁର ବ୍ୟବସାୟ ! ଧୂଆଁ ବିସ୍କୁଟକୁ ବ୍ୟାନ କରାଯାଉ ! ଏବେ ବିଭିନ୍ନ ସ୍ଥାନରେ ଏପରି ଦାବୀ ଜୋର ଧରିଛି ! ବ୍ୟବସାୟ କରିବା ପାଇଁ ଶିଶୁ ମାନଙ୍କ ଜୀବନ ସହିତ ଖେଳିବା କେତେଦୂର ଗ୍ରହଣୀୟ ? ପିଲା ମାନଙ୍କ ଖୁସି ପାଇଁ ବାପା ଓ ମାଆ ମାନେ କିପରି ନିଜ ପିଲା ମାନଙ୍କ ଜୀବନ ସହିତ ଖେଳ ଖେଳୁଛନ୍ତି ! ସେମାନେ ଜାଣିବା ନିତ୍ୟାନ୍ତ ଜରୁରି ଯେ , ଲିକୁଇଡ୍ ନାଇଟ୍ରୋଜେନ ମାନବ ଶରୀର ପ୍ରତି ବିପଦ ସୃଷ୍ଟି କରିଥାଏ ! ପ୍ରଶାସନ ଏହି ବିଷ ଗ୍ରହଣ ପ୍ରକ୍ରିୟା ଯାହା ଧୁଆଁ ବିସ୍କୁଟ (Smoke Biscuit) କୁ ବ୍ୟାନ୍ କରୁନାହିଁ କାହିଁକି ! ତରଳ ନାଇଟ୍ରୋଜେନ୍ ରେ ପ୍ରସ୍ତୁତ ଏହି ବିସ୍କୁଟ ସ୍ବାସ୍ଥ୍ୟ ପ୍ରତି ହାନି କାରକ । ଏହିଭଳି ଖାଦ୍ୟ ପଦାର୍ଥକୁ ଵ୍ୟାନ୍ କରାଯାଉ ତଥା ଲୋକଙ୍କୁ ସଚେତନ କରାଯାଉ । ବାପା ମା ମାନେ ନିଜର ପିଲା ମାନଙ୍କ ଜିଦ୍ ରକ୍ଷା କରିବା ପାଇଁ ଓ ସାମାନ୍ୟ ଟିକିଏ ଖୁସି ପାଇଁ, ଶିଶୁ ମାନଙ୍କ ଜୀବନ ସହିତ ବୁଝାମଣା କରି ନେଉଛନ୍ତି । ଅଭିଭାବକ ମାନେ ବୁଝି ପାରୁ ନାହାନ୍ତି ଯେ, ଅର୍ଥ ଦେଇ ସେମାନେ ନିଜ ପିଲା ମାନଙ୍କ ଖୁସି ନାମରେ ରୋଗ ଓ ମୃତ୍ୟୁ କିଣୁଛନ୍ତି ବୋଲି ! ବାଲିଯାତ୍ରାରେ ମଧ୍ୟ ଏହି ବାବଦରେ ଅଭିଯୋଗ ହେଲା ପରେ ଧୂଆଁ ବିସ୍କୁଟ ବ୍ୟବସାୟକୁ ସିଏମସି କର୍ତ୍ତୃପକ୍ଷଙ୍କ ତରଫରୁ ବନ୍ଦ କରାଯାଇଥିଲା । ମାତ୍ର ଏବେ ପୁଣି ଏହି ଧୂଆଁ ବିସ୍କୁଟ ଦେଖିବାକୁ ମିଳିଛି । ତରଳ ନାଇଟ୍ରୋଜେନ୍ ମାନବ ଶରୀର ପାଇଁ ହାନି କାରକ ବୋଲି ” ଗୁଗଲ” ରେ ମଧ୍ଯ ଉଲ୍ଲେଖ ରହିଅଛି । ଏହାଦ୍ବାରା ଆଖି ଖରାପ ହେବା ସହିତ ବହୁ ରୋଗର କାରଣ ହୋଇପାରେ ବୋଲି ଉଲ୍ଲେଖ ରହିଛି । ମାତ୍ର ସାଧାରଣ ଜନତା ଏହାକୁ ସହଜରେ ଗ୍ରହଣ କରି ପାରୁ ନାହାନ୍ତି । ସେଥିପାଇଁ ବୋଧେ ”ଗୁଗଲ”ରେ ଉଲ୍ଲେଖ ଥିଲେ ମଧ୍ଯ ଅଭିଭାବକ ମାନେ ଏହାକୁ ଅଣଦେଖା କରୁଛନ୍ତି । ଯାହାର ଫାଇଦା ଉଠାଇବାକୁ ଯାଇ ଧୂଆଁ ବିସ୍କୁଟ ବ୍ୟବସାୟୀ ମାନେ ବେଧଡକ ଏହି ବ୍ୟବସାୟ ଚାଲୁ ରଖିଛନ୍ତି ! ସରକାର ତଥା ପ୍ରଶାସନ ଏଥିପ୍ରତି ବିଶେଷ ଧ୍ୟାନ ନଦେବା, ବୁଦ୍ଧିଜୀବୀ ମହଲରେ ଅସନ୍ତୋଷ ସୃଷ୍ଟି କରିଛି । ବର୍ତ୍ତମାନ ବାଲିଯାତ୍ରା ପଡ଼ିଆରେ ଅନୁଷ୍ଠିତ ଶିଶିର ମେଳାରେ ଏହା ବିକ୍ରୀ ହେଉଛି ।

