ନୟାଗଡ ( ଆୱାଜ ମିଡ଼ିଆ ) – ମମତା ମହାପାତ୍ର : ନୟାଗଡ ଜିଲ୍ଲା ନୂଆଗାଁ ବ୍ଲକ ଗୁମି ଗ୍ରାମପଞ୍ଚାୟତ ର ଡ଼ିମିରିପଲ୍ଲୀ ହାଇସ୍କୁଲ ରେ 67 ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ! ମୁଖ୍ୟ ଅତିଥି ରୂପେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଯୋଗ ଦେଥିବାବେଳେ ସମ୍ମାନୀତ ଅତିଥି ରୂପେ ନୂଆଗାଁ ବ୍ଲକ ଅଧକ୍ଷ୍ୟା ଙ୍କର ପ୍ରତିନିଧି ସଂକର୍ଷଣ ବେହେରା , ଉପାଧ୍ୟାକ୍ଷ ପର୍ଶୁରାମ ସ୍ୱାଇଁ, DWD ନୟାଗଡ଼ ,17 ନମ୍ବର ଜିଲ୍ଲାପରିଷଦ ଙ୍କ ପ୍ରତିନିଧି ଦିଲୀପ ଦଳବେହେରା, ସରପଞ୍ଚ ଗୁମି ବବ୍ରୁ ମହାରଣା, ସମିତି ସଭ୍ୟ ସଂଜୀବ କୁମାର ଡାକୁଆ ,ପ୍ରଧାନ ଶିକ୍ଷକ ଶରତ ଚନ୍ଦ୍ର ସାହୁ ଯୋଗ ଦେଇଥିଲେ l ସ୍କୁଲ ରେ ଯାହା ସମସ୍ୟା ଅଛି ଖୁବ ଶୀଘ୍ର ଦୂର ହେବା ସହ ଏବେ 5T କାମ ଚାଲିଛି, ଖୁବଶୀଘ୍ର ଡ଼ିମିରିପଲ୍ଲୀ ସ୍କୁଲ ସବୁଠାରୁ ସୁନ୍ଦର ହାଇସ୍କୁଲ ହେବ ବୋଲି ବିଧାୟକ କହିଥିଲେ l ତାସହିତ ସ୍କୁଲ ରେ ପିଲାମାନେ ଶିଖିଥିବା ଅନେକ ନୃତ୍ୟ ଗୀତ କାର୍ଯ୍ୟକ୍ରମ କରାଯାଇଥିଲା l ମଞ୍ଚ ରେ ସୁନ୍ଦର ଭାବେ ଏବଂ ବ୍ୟଙ୍ଗ କବିତା ଗାନ କରି ନିଜର ପ୍ରତିଭା ଦେଖାଇବା ସହ ମଞ୍ଚକୁ ପାରିଚାଳନା କରିଥିଲେ କଳିଙ୍ଗ ଟିଭି ର ନୟାଗଡ଼ ଜିଲ୍ଲା ପ୍ରତିନିଧି ଉତ୍ପଳ ସାହୁ l ଶେଷରେ ପିଲାମାନଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା l

