ପତଞ୍ଜଳି ଯୋଗ ସମିତି, ପି ପି ଏଲ ଟାଉନ ସିପ ଦ୍ୱାରା ଯୋଗ ଓ ଯଜ୍ଞ ଆୟୋଜିତ !!!

Spread the love

ପାରାଦୀପ ( ଆୱାଜ ମିଡ଼ିଆ ) – ଚକ୍ରବର୍ତ୍ତୀ ଓତା : ପତଞ୍ଜଳି ଯୋଗ ସମିତି ଏବଂ ପିପିଏଲ ଟାଉନସିପ ଦ୍ୱାରା ଏକ ଯୋଗ ଓ ଯଜ୍ଞର ଆୟୋଜନ ଗତ ଶେଷ ରବିବାର ଦିନ କରାଯାଇଥିଲା । ସକାଳରେ ଯୋଗ କାର୍ଯ୍ୟକ୍ରମ ଦୀପ ପ୍ରଜ୍ବଳନ ଦ୍ୱାରା ଆରମ୍ଭ କରାଯାଇଥିଲା । ଯୋଗ ଶିକ୍ଷକ ଆର୍ତ୍ତତ୍ରାଣ ସାହୁ, ସହ ଯୋଗ ଶିକ୍ଷକ ନାରାୟଣ ସାହୁ, ପଦ୍ମାଳୟା ରାଉତ ପ୍ରମୁଖ ଯୋଗ ପରିଚାଳନା କରିଥିଲେ ! ଦିନ ୧୦.୩୦ ସମୟରେ ପିପିଏଲ ଶିବ ମନ୍ଦିର ପ୍ରାଙ୍ଗଣରେ ଯଜ୍ଞର ଆୟୋଜନ କରାଯାଇଥିଲା । ବିଶିଷ୍ଟ ସମାଜସେବୀ କୈଳାସ ଚନ୍ଦ୍ର ମହାରଣା ଓ ବସନ୍ତ ସ୍ୱାଇଁ ପ୍ରମୁଖ ଯୋଗଦେଇ ଯୋଗ ଓ ଯଜ୍ଞର ମହତ୍ୱ ଏବଂ ରୋଗ ନିବାରଣ ପାଇଁ ଏହାର ବୈଜ୍ଞାନିକ ଉପଯୋଗୀତା ଉପରେ ଆଲୋକପାତ କରିଥିଲେ ।ସୁସ୍ଥ, ଶିକ୍ଷିତ, ସମୃଦ୍ଧ, ସଂସ୍କାରବାନ ଓ ମହାନ୍ ଭାରତ ନିର୍ମାଣର ସଂକଳ୍ପ ନେଇ ସମାଜରେ ସୁଖ ଶାନ୍ତି ପ୍ରତିଷ୍ଠା ପାଇଁ ଏବଂ ସମସ୍ତଙ୍କୁ ଯୋଗ ଓ ଯଜ୍ଞ ରେ ସାମିଲ କରିବା ପାଇଁ ପତଞ୍ଜଳି ଯୋଗ ସମିତି, ପିପିଏଲ ଟାଉନସିପ ଦ୍ୱାରା ଏହି କାର୍ଯ୍ୟକ୍ରମ ପ୍ରତିମାସ ଶେଷ ରବିବାର ଆୟୋଜନ କରାଯାଉଛି । ପ୍ରକାଶ ଥାଉକି ପିପିଏଲ ପରିସରରେ କର୍ମଚାରୀ ମାନଙ୍କୁ ସୁସ୍ଥ ଓ ନିରୋଗ ରଖିବା ପାଇଁ ପି ପି ଏଲ କର୍ତ୍ତୃପକ୍ଷ ପ୍ରତି ଦିନର ସନ୍ଧ୍ୟା ୮.୦୦ ଟା ରେ ନୂତନ ଭାବେ ଯୋଗ କକ୍ଷ୍ୟା ଆରମ୍ଭ କରିଛନ୍ତି ଏବଂ ବହୁ ସ୍ୱାସ୍ଥ୍ୟ ସଚେତନତା ଓ ଯୋଗ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି । ଏହାକୁ ସବୁ ମହଲରେ ସ୍ୱାଗତ କରାଯାଇଛି ।ଆଗାମୀ ଦିନରେ ସମସ୍ତେ ଯୋଗ ଓ ଯଜ୍ଞ ରେ ସାମିଲ ହୋଇ ସୁସ୍ଥ ସମାଜ ଗଠନରେ ସହଯୋଗୀ ଓ ଉପଯୋଗୀ ହେଵା ପାଇଁ ଅନୁରୋଧ କରାଯାଇଛି ।

Leave a Reply

Your email address will not be published. Required fields are marked *